oom

ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ଧାରଣା

jsmm

ପାଟଣାଗଡ, (ଗୋରେଖନାଥ ବରହିହା) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ପାଟଣାଗଡ ବିଜେଡିର ମଙ୍ଗଳବାର ଦିନ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସି ପରିସରରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପାଟଣାଗଡ ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ବିଧାୟକ ସରୋଜ ମେହେର, ଶୁକ୍ରୁ ସୁନାନୀ, ଯୁବରାଜ ମେହେର, ବିତିସ୍ମିତା ମହାକୁଡ, ପ୍ରଦୀପ ମେହେର, ଲିଙ୍ଗରାଜ ନାଗ, ତନ୍ମୟ ପାଣିଗ୍ରାହୀ, ଗୋବିନ୍ଦ ମେହେର, ଅରକ୍ଷତି ଦଣ୍ଡସେନା, କସ୍ତୁରୀ ସେଠଙ୍କ ସହ ବହୁ ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.