ହଠାତ୍ ନିଆଁ ଲାଗି ଦୋକାନ ଛାରଖାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ହାଟପଦାପଡାରେ ଥିବା ମୁଖ୍ୟ ମାର୍କେଟରେ ଆଜି ହଠାତ୍‌ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି । ହାଟପଦାପଡାସ୍ଥିତ ନ୍ୟୁ ବାବୁଲାଲ ଦୋକାନରେ ନିଆଁ ଲାଗିଥିବା ଜଣାପଡିଛି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ ନିଆଁ ଲାଗିଥିବା ଦେଖି ଲୋକେ ପାଣି ଆଣି ଲିଭାଇବାକୁ ଉଧ୍ୟମ କରିଥିଲେ । ତେବେ ନିଆଁ ଆହୁରି ଉଗ୍ର ରୂପ ଧାରଣ କରି ବ୍ୟାପିବାରେ ଲାଗିଥିଲା । ଅଞ୍ଚଳଟି ଧୁଆଁମୟ ହୋଇ ଉଠିଥିଲା । ଖବର ପାଇ ଟିଟିଲାଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଧ୍ୟମ କରିଥିଲେ । ସ୍ଥାନୀୟ ଲୋକେ ସ୍ଵଇଚ୍ଛାରେ ଦମକଳ ବାହିନୀ ଓ ବ୍ୟବସାୟୀଙ୍କୁ ସହଯୋଗ କରିଥିଲେ । ବ୍ୟବସାୟୀ ଧିରୁ ଅଗ୍ରୱାଲ ଏହି ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇ ଯାଇଥିବା ଜଣାପଡିଛି । ତେବେ ବିଦ୍ୟୁତ ସଟ୍‌ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.