centurian jitm

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ : ବିଜେଡିରେ ଯୋଗଦାନ କର୍ମୀଙ୍କ ସଂଖ୍ୟା ବଢ଼ୁଛି : ପୁରୁଣା ବିଜେପି ଯୁବ କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ

nschool

ପାଟଣାଗଡ, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ଯୁବକଙ୍କ ଭିଡ ଦେଖିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଗତକାଲି ରାତ୍ରୀ ୭ ଟା ସମୟରେ ଏନ୍‌ଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ ଏଲଆଇସି କଲୋନୀର ପୁରୁଣା ଯୁବ ବିଜେପି କର୍ମୀ ବିଜେଡିରେ ଯୋଗଦାନ ଦେଇଥିବା ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଆଜି ବିଭୁତି ଜୁଏଡ଼ଙ୍କ ନେତୃତ୍ୱରେ ପାଟଣାଗଡ଼ ଏନ୍‌ଏସିର ୬ ନମ୍ବର ୱାର୍ଡ଼ର ୫୦ ଜଣ ବିଜେପି କର୍ମକର୍ତ୍ତା ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ ଦେଇଥିବା ସୂଚନା ମିଳିଛି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରକାଶ ଧୁବଳ, ଲିପୁ ଭୋଇ, ସୁରେନ ସା, ରିବୁ କରୁଆଁ, ଆଲୋକ ବିଶି, ଧୁମା ନାଏକ, ସୁରଥ କୁଦେଇ ପ୍ରମୁଖ ଯୋଗଦାନ ଦେବା ସହ ଦଳୀୟକର୍ମୀ ସୁକୁମାର ବାରିକ, ପ୍ରଫୁଲ୍ଲ ମେହେର, ବାଦଳ ମିଶ୍ର ଓ କୁନା ସେଠ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.