ସାପୁଆଙ୍କ ଠାରୁ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଚର୍ଚ୍ଚାରେ କର୍ତ୍ତବ୍ୟ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କର୍ତ୍ତବ୍ୟ ଫାଉଣ୍ଡେସନ ସବୁ ସମୟରେ ଅସହାୟ, ରୋଗୀଣା, ଦୁର୍ଘଟଣାର ଶିକାର ହେଉଥିବା ଗାଇଗୋରୁ, ସାପ, ମାଙ୍କଡଙ୍କ ଭଳି ଜୀବଜନ୍ତୁଙ୍କୁ ସହାୟତାର ହାତ ବଢାଇ ଚର୍ଚ୍ଚାରେ ରହି ଆସିଛି । ତେବେ ଆଜି ସ୍ଥାନୀୟ ସୁଦପଡା ଇସ୍‌କନ୍‌ ମନ୍ଦିର ନିକଟରେ ଏକ ସାପୁଆ ଠାରୁ ନାଗ ସାପକୁ କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥୀ ଉଦ୍ଧାର କରି ଜଙ୍ଗଲରେ ଛାଡିବା ସହିତ କିଛି ପଇସା ମଧ୍ୟ ଦେଇଛନ୍ତି । ଆଉ ଅନୁରୋଧ କରି କହିଛନ୍ତି ଯେ, ଦୟାକରି ସାପକୁ ଧରି ସାପକୁ ଖେଲାନ୍ତୁ ନାହିଁ, ସାପର ମଧ୍ୟ ଜୀବନ ଅଛି । ସାପକୁ ଯଦି ଧରୁଛନ୍ତି ତେବେ ସଙ୍ଗେ ସଙ୍ଗେ ଜଙ୍ଗଲରେ ଛାଡି ଦିଅନ୍ତୁ ବୋଲି ସାପୁଆକୁ କହିଛନ୍ତି ଯାହାକି ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.