jsm

ରଥଯାତ୍ରା ଉପଲକ୍ଷେ ମାରୱାଡି ମହିଳା ସମିତି ତରଫରୁ ଆଦୃତ ଅନୁଷ୍ଠାନରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ରୋଡ ସ୍ଥିତ ଆଦୃତ ଶିଶୁ ସଦନ ଠାରେ ମାରୱାଡି ମହିଳା ସମିତି ତରଫରୁ ରଥଯାତ୍ର ଉପଲକ୍ଷେ ଅନ୍ତେବାସୀ ଶିଶୁମାନଙ୍କୁ ମିଷ୍ଟାନ୍ନ ତଥା ଦୈନନ୍ଦିନ ଆବଶ୍ୟକ ଥିବା ସମଗ୍ରୀ ପ୍ରଦାନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ଜିଲ୍ଲା ରେଡକ୍ରସ ସୋସାଇଟିର ପୃଷ୍ଠପୋଷକ ତଥା ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ରୋଟାରୀ ସେଣ୍ଟ୍ରାଲର ପୂର୍ବତନ ସଭାପତି ମନୋଜ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମହିଳା ସମିତିର ଅଧ୍ୟକ୍ଷା ନିରୁଦେବୀ ଅଗ୍ରୱାଲ, ବାଳ ବିକାଶ ପ୍ରମୁଖ କମଳା ଅଗ୍ରୱାଲ, ପର୍ଯ୍ୟାବରଣ ପ୍ରମୁଖ ସବିତା ଅଗ୍ରୱାଲ, ପୂର୍ବତନ ସଭାପତି ଦୁର୍ଗୀଦେବୀ ଅଗ୍ରୱାଲ ତଥା ସଭ୍ୟା ଗାୟତ୍ରୀ ଅଗ୍ରୱାଲ, ସନ୍ତୋଷ ଜୈନ ଏବଂ ସମୃଦ୍ଧି ଶାଖାର ଅଧ୍ୟକ୍ଷା ସୁଜାତା ଅଗ୍ରୱାଲ ଉପସ୍ଥିତ ରହିଥିଲେ । ସମ୍ବାଦିକା ଜ୍ୟୋସ୍ନାରାଣୀଙ୍କୁ ମହିଳା ସମିତି ତରଫରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆଦୃତ ପରିସରରେ ଆମ୍ବ, ପିଜୁଳି ଇତ୍ୟାଦି ଫଳ ଏବଂ ଫୁଲଗଛ ରୋପଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.