oom

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ କନ୍ୟା ଘର ପରିବାର ଲୋକେ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇଙ୍କ କନ୍ୟା ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ଗୌଡ଼(୨୩)। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ଗୁରବାର ବିଳମ୍ବିତ ରାତ୍ରରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଘର ଲୋକ ତାଙ୍କୁ ପୋଡି ଦେବାକୁ ମସୁଧା କରୁଥିଲେ । ମହିଳାଙ୍କ ମୃତ୍ୟୁ ଖବର ପାଇ ମୃତକ ମହିଳାଙ୍କ ପରିବାର ବର୍ଗ ପୁଅ ଘରକୁ ଆସି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଘଟାଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶ୍ୱଶୁର ଉଲାସ ମହାଙ୍କୁଡ଼ ଓ ସ୍ୱାମୀ ଜଗଦୀଶ ମହାଙ୍କୁଡ଼ଙ୍କୁ ଥାନାରେ ଅଟକ ରଖି ପଚାରା ଉଚାରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣା ସ୍ଥଳରେ ଆଡିସନାଲ ତହସିଲଦାର ଦେବରାଜ ପାତ୍ରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି । ଶବ ବ୍ୟବଛେଦ ରିପୋର୍ଟ ସହ ସମସ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ମୃତକ ମହିଳାଙ୍କ ବାପା ଘର ପକ୍ଷରୁ ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ ୪/୨୦୨୧ପ୍ରକାରେ କେଶ ରୁଜୁ କରାଯାଇଛି କ୍ଷ ଖବର ନେବାରେ ଜଣାପଡ଼ିଛି ଛତ୍ରପୁର ଥାନା ଅଧିନସ୍ଥ ଲକ୍ଷ୍ମୀପୁର ଗ୍ରାମର ଭିକାରୀ ଗୌଡ଼ଙ୍କ ଝିଅ ପ୍ରିୟଙ୍କାଙ୍କ ଦୁଇ ବର୍ଷ ତଳେ ଗଞ୍ଜାମ ସହର ସ୍ଥିତ ମଧ୍ୟଖଣ୍ଡ ସାହିର ଜଗଦୀଶଙ୍କ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କର ଏକ ବର୍ଷର ଗୋଟିଏ କନ୍ୟା ସନ୍ତାନ ରହିଛି ।ହେଲେ ଜଗଦୀଶ ଅନ୍ୟଜଣେ ରକ୍ଷିତା ରଖିଥିବା ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଯାହାକୁ ନେଇ ଗତ ବିଳମ୍ବିତ ରାତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ମୃତକ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କ ବେକକୁ ଚିପି ମାରି ଦିଆଯାଇଥିବା କନ୍ୟାଘର ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.