oom

ଗୁହାରୀ ଶୁଣ ସରକାର : ବଧିର ହେଲକି ପାଷାଣ……

jsmm

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବାଦିକଟା ପଂଚାୟତ ଅନ୍ତର୍ଗତ ସାପଲହର ଗ୍ରାମରେ ବର୍ଷ ବର୍ଷ ଧରି ହିତାଧିକାରୀମାନେ ଭତ୍ତାକୁ ଚାତକ ପକ୍ଷୀ ଭଳି ଜଳ ଜଳ ହୋଇ ଅନାଇ ରହିଛନ୍ତି । ଗ୍ରାମରେ ଅନେକ ଅସହାୟ, ବେସାହାରା ଗରିବ, ନିରୀହ, ଆଦିବାସୀ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ, କାରଣ ଜନପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନର ଅବହେଳା ପାଇଁ ଏମାନେ ଆଜି ନିଷ୍ପେସିତ କହିଲେ ଅତ୍ୟୁକ୍ତି ହେବନାହିଁ । ଗ୍ରାମପଂଚାୟତ ନିର୍ବାଚନ ସମୟରେ ସରପଂଚ ପ୍ରାର୍ଥୀଗଣ ମିଛ ଅଭିନୟ ସହ ଅନେକ ସ୍ୱପ୍ନ ଦେଖାଇ ମୂଲ୍ୟବାନ ଗଣତାନ୍ତ୍ରିକ ଭୋଟକୁ ହାତେଇ ନିର୍ବାଚନ ବୈତରଣୀ ପାର ହେବା ପରେ ବୃଦ୍ଧବୃଦ୍ଧାଙ୍କ ସୁନେଲୀ ସ୍ୱପ୍ନକୁ ଏକା ବେଳକେ ଚୁରମାର କରିଦିଅନ୍ତି । ତାପରେ ନିର୍ବାଚନ ପରଠାରୁ ବାରମ୍ବାର ଗ୍ରାମପଂଚାୟତ କାର୍ୟ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ଦେଉଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ସ୍ୱପ୍ନଟି ସ୍ୱପ୍ନରେ ରହିଯାଇଛି । ଏଭଳି ଦୟନୀୟ ଏବଂ ଘଡିସନ୍ଧି ମୁହୂର୍ତ୍ତ ରେ ଦିଗହରା ହୋଇ କାଳାତିପାତ କରୁଥିବା ସାପଲହର ଗ୍ରାମର ଜୀବର୍ଦ୍ଧନ ମେହେର(୬୯), ଆଦି ସରାଫ(୬୨), କ୍ଷମାନିଧି ବାରିକ(୬୯), ଗୋବର୍ଦ୍ଧନ ବାରିକ(୬୯), ପର୍ଶୁରାମ ପ୍ରଧାନ(୬୭), ଗୋଲାପୀ ପ୍ରଧାନ(୬୧), ରାଜକୁମାରୀ ବାରିକ(୬୦), ଚାହା ବରିହା(୬୦), ଶଙ୍କର ନେଗୀ (୬୨), ସରୋଜିନୀ ପଟେଲ(୬୨), ମନବୋଧ ପଟେଲ(୬୫) ପ୍ରମୁଖଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସଂଗେ ସଂଗେ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଗ୍ରାମର ସଚେତନ ନାଗରୀକ ଦାବୀ କରନ୍ତି ।

jittmm
Leave A Reply

Your email address will not be published.