csstore

ସଇଁନ୍ତଲା ଡାକ୍ତରଖାନା ପରିସରରେ ୬୨ କେଭି ଜେନେରେଟର ମନ୍ତ୍ରୀ ଟୁକୁନିଙ୍କ ଦ୍ଵାରା ଲୋକାର୍ପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୬୨ କେଭି କ୍ଷମତା ସମ୍ପୂର୍ଣ୍ଣ ଜେନେରେଟରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି । ତେବେ ଡାକ୍ତରଖାନାରେ ବିଭିନ୍ନ ସମସ୍ୟାକୁ ନେଇ ଗତି କରୁଥିବା ବେଳେ କିଭଳି ଭାବରେ ଡାକ୍ତରଖାନାର ଉନ୍ନତି ହେବ ସେ ନେଇ ସ୍ଥାନୀୟ ଲୋକେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଅଭିଯୋଗ କରିଥିଲେ । ଏଥିରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ନାଥ ମଲ୍ଲିକ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ଦ୍ରୋପଦୀ ପାତ୍ର, ସଇଁନ୍ତଲା ବ୍ଳକ ବିଜେଡି ଯୁବ ସଭାପତି ଅଶୋକ ସାହୁ, ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ସମରେନ୍ଦ୍ର ମହାପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ଆଲୋକ ବୁଡେକ, ସୁଜିତ ଡାଙ୍ଗ ସମେତ ବିଜେଡି ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.