csstore

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ବୃକ୍ଷରୋପଣ : ଅସହାୟଙ୍କୁ ସହାୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆୟୋଜନ ସମିତି ପକ୍ଷରୁ ରବିବାର ଦିନ ଦେଓଗାଁ ବ୍ଲକ୍ ପରୁଆଭାଡ଼ିର ବୁଢାଦେଓ କମ୍ପ୍ଲେକ୍ସ ଓ ଖଲିଆପାଲିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆୟୋଜନ ସମିତିର କୋଷାଧକ୍ଷ ଶିଶିର ଧରୁଆ ଖଲିଆପାଲିର ଅସହାୟ କାନ୍ତି ମଲ୍ଲିକଙ୍କ ପରିବାରକୁ ଯାଇ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗିର ଜିଲ୍ଲାର ମହାସଚିବ ରାମଚନ୍ଦ୍ର ଧରୁଆ, ଜିଲ୍ଲା କୋଷାଧକ୍ଷ ଶିଶିର ଧରୁଆ, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଆଇନ ପରାମର୍ଶଦାତା ସୁଦାମ ବିଶି, ଗୋଣ୍ଡୱାନା ଛାତ୍ର ଆୟୋଜନ ସମିତିର ମହାସଚିବ ସୁବ୍ରତ କୁଅର, କୋଷାଧକ୍ଷ ନରେନ୍ଦ୍ର ସକ୍ରିୟ ସଭ୍ୟ ଟିକେଲାଲ ଧରୁଆ, ଆଗଲପୁର ଗୋଣ୍ଡୱାନା ଛାତ୍ର ସଂଘର ସଭାପତି ଦେବେନ୍ଦ୍ର ପୁଟା, ପାଟଣାଗଡ଼ ମଣ୍ଡଳ କୋଷାଧକ୍ଷ ଲେକୃ ଧରୁଆ, ଇଶ୍ୱର ଧରୁଆ, ପରମେଶ୍ୱର ରାଏ, ସହଦେବ ଧରୁଆ, ଅନାବ ମଲ୍ଲିକ, ବାଲାଙ୍ଗିରିଆ ଧରୁଆ, ରସାନନ୍ଦ ଧରୁଆ, ଡମ୍ବରୁ ଧରୁଆ, ମାଗେ ଧରୁଆ, କୌଶଲ୍ୟା ମଲ୍ଲିକ, ମମତା ପୁଟା, ଜୟନ୍ତୀ ଭୁଏ, ନିର ପୁଟା, କାନ୍ତି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.