csstore

୧୦୮ ବର୍ଷିଆ ବୃଦ୍ଧଙ୍କ ଜନ୍ମଦିନ ପାଳନ କଲେ ଜଲିଆ କୋସଲ କମିଟି

ବେଲପଡା, (କରୁଣାକର ବୁଡେକ) : ବର୍ତ୍ତମାନ ଯୁଗରେ ୬୦ ବର୍ଷ ଜୀବନ ବିତାଇବା କଷ୍ଟକର ହୋଇପଡଛି । ବିଭିନ୍ନ ମହାମାରୀ ରୋଗ ଯୋଗୁଁ ଲୋକ ମାନଙ୍କ ଆକାଳରେ ବିୟୋଗ ଘଟୁଛି । ଏପରି ପରିସ୍ଥିତିରେ ୧୦୮ ବର୍ଷ ଧରି ଜୀବନ ବିତାଉଥିବା ଜଲିଆ ଗାଁର ଗୌରହରି ବୁଡେକଙ୍କୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି । ଏହା ସହ ତାଙ୍କର ୧୦୮ ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି । ଶନିବାର ସନ୍ଧ୍ୟାରେ ଜଲିଆ କୋସଳ କମିଟିର ଯୁବକ ମାନେ କେକ କାଟି ବୃଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଗାଁରୁ ସବୁଲୋକ ଠାରୁ ବୟସ୍କ ଲୋକ ଥିବାରୁ ସମସ୍ତେ ଅର୍ଶିବାଦ ଭିକ୍ଷା କରିଛନ୍ତି । ଗୌରହରି ବୁଡେକ ୧୯୧୩ ମସିହା ଜୁଲାଇ ୩ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କୁ ୧୦୮ ବର୍ଷ ପୁରୁଛି । ଏହି ଜନ୍ମଦିନ ପାଳନ ଅବସରରେ ତାଙ୍କ ପାଖରେ ନାତି, ନାତୁଣି, ପୁଅ, ଝିଅ ସମସ୍ତେ ଉପସ୍ଥିତ ଥିଲେ ଏବଂ ଜଳିଆ କୋସଲ କମିଟିର କୋସଲବାଦି ନେତା ଅଚ୍ୟୁତ ସିପୁନ ଖାମରି, ସମ୍ବାଦିକ କରୁଣାକର ବୁଡେକ, ଦେବାନନ୍ଦ ବୁଡେକ, ପ୍ରମୋଦ ବୁଡେକ, ଅନିଲ ରାଉତ, ଅଜିତ ସାହୁ, ରାମ ପଧାନ, ସମ୍ପଦ ଦଣ୍ଡସେନା, ଗୋବିନ୍ଦ ବୁଡେକ, ହେମସାଗର ବରିହାଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.