ଟିଟିଲାଗଡ ତହସିଲଦାରଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ଵ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ତହସିଲଦାର କାର୍ଯ୍ୟାଳୟରେ କାର୍ଯ୍ୟରତ ଭାବରେ ଥିବା ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଟିଟିଲାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ସହରୀ ଉନ୍ନୟନ ବିଭାଗର ଜୁଲାଇ ତିନି ତାରିଖର ଆଦେଶ କ୍ରମାଙ୍କ ୮୩୪ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଟିଟିଲାଗଡ ତହସିଲଦାର ପ୍ରେମଲାଲ୍‌ ହିଆଲଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରିବା ପାଇଁ ଆଦେଶ ଜାରି କରିଛନ୍ତି । ଟିଟିଲାଗଡ ପୌରପରିଷଦର ଉନ୍ନୟନ କାର୍ଯ୍ୟ ବିନା ବାଧାବିଘ୍ନରେ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ହିଆଲଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.