oom

ରୋଟାରୀ କ୍ଲବ ବଲାଙ୍ଗିର ପକ୍ଷରୁ ୭୨ତମ ବନୋମହୋତ୍ସବ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ତରଫରୁ ୭୨ତମ ବନୋମହୋତ୍ସବ ସପ୍ତାହ ଉପଲକ୍ଷେ ରାମଜୀ ହାଇସ୍କୁଲ କୁରୁଲ ଠାରେ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ସୁବାଷ କୁମାର ସିଂହ ମହୋଦୟ ମୁଖ୍ୟ ଅତିଥି ଭାବରେ ତଥା ଜିଲ୍ଲପାଳ ଚଞ୍ଚଳ ରାଣା ଏବଂ ଏସ୍‌.ପି. ବଲାଙ୍ଗିର ନିତିନ କୁସଲକର ଯୋଗ ଦେଇଥିଲେ । ସର୍ବ ପ୍ରଥମେ ବରଗଛକୁ ପୂଜା କରି ପଞ୍ଚାୟତ ଅଫିସ ସାମନାରେ ଗଛ ଲଗାଇଥିଲେ । ତାପରେ କ୍ଲବ ତରଫରୁ ଅଧିଷ୍ଠାନ ଉତ୍ସବ କୋଭିଡ ନିୟମକୁ ପାଳନ କରାଯାଇ ପୂର୍ବତନ ସଭାପତି ରାଜେଶ ଜୈନ ନୂତନ ସଭାପତି ସଂଜୟ କୁମାର ଅଗ୍ରୱାଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ପୂର୍ବତନ ସଂପାଦକ କହ୍ନେୟାଲାଲ ଅଗ୍ରୱାଲ ସୁଶିଲ ଅଗ୍ରୱାଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ମୋ ସରକାର ଯୋଜନାରେ ସ୍କୁଲ କମିଟିକୁ ସ୍କୁଲର ପୂର୍ବତନ ଛାତ୍ର ଅମିତ ରଂଜନ ପଟ୍ଟନାୟକ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟଜଣେ ବରିଷ୍ଠ ରୋଟାରିୟନ ୨୫ହଜାର ଟଙ୍କା ପ୍ରଦାନ କରିଥିଲେ । ବରିଷ୍ଠ ରୋଟାରିୟାନ ବିଷ୍ଣୁ ପ୍ରସାଦ କେଡିଆ ସଭା ସଂଯୋଜନା କରିଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବଲାଙ୍ଗିର ସହରରେ କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କ ପାଇଁ ସେବା କରିଥିବା ବିଭିନ୍ନ ଅନୁଷ୍ଠାନକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନାରୀ ଶକ୍ତି ଫାଉଣ୍ଡେସନ, ବିଏସ୍‌ ଏରୋବିକ୍‌, ସ୍ମାଇଲ ଫର ଅଲ, ମାହେଶ୍ୱରୀ ସଂଗଠନ, ବିଙ୍ଗ ହ୍ୟୁମେନ ତଥା ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକ ଏବଂ ବିଶିଷ୍ଟ ପରିବେଶ ବିଦ୍‌ ସତ୍ୟ ସୁନ୍ଦର ଭଞ୍ଜ ଏବଂ ଟାଙ୍ଗିଆ ଜାମର ଅଧ୍ୟକ୍ଷ ଗୋପାଳ ହୋତାଙ୍କୁ ମାନପତ୍ର, ଉପଢୌକନ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ରୋଟାରୀ ସେଣ୍ଟ୍ରାଲର ନୂତନ ଅଧ୍ୟକ୍ଷ ମନୋଜ କୁମାର ଅଗ୍ରୱାଲ, ସଂପାଦକ ନିର୍ମଳ ଅଗ୍ରୱାଲ ତଥା ସଂପାଦକ ଭଜନ ଅଗ୍ରୱାଲ ରୋଟାରୀ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୀବନବୀମାର ବଲାଙ୍ଗିର ଶାଖାର କର୍ପୋରେଟ କ୍ଲବ ମେମ୍ବର ପ୍ରଭାକର ଶ୍ରୀବାସ୍ତବକୁ ନୂତନ ସଭ୍ୟ ଭାବରେ ବରିଷ୍ଠ ସଭ୍ୟ ନକୁଳ ଅଗ୍ରୱାଲ ସଦସ୍ୟତା ପିନ ପିନ୍ଧାଇଥିଲେ । ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.