ବଲାଙ୍ଗିର ଜିଲ୍ଲାରେ ୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ନୂଆଗାଁ ଓ ଝରନିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୪ ଜଣ, ୱାର୍ଡ ନଂ.୧୫ରୁ ୨ ଜଣ ଓ ୱାର୍ଡ ନଂ.୨୧ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ରୁ ୨ ଜଣ, ଗୁଡ଼ଭେଲା ବ୍ଲକ ଗୁଲଭେଲା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ତମିଆଁ, ସୋଲବନ୍ଧ ଓ ମରୁଆଁ ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଓ ବନ୍ଧପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଗ୍ରା.ପ.ରୁ ଜଣେ ଏବଂ ତୁରେକେଲା ବ୍ଲକ ତୁରେକେଲା ଓ ମହୁଲପାଟି ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.