csstore

ନୂତନ ବିଇଓଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ହୃଷିକେଶ ଗହୀର ଆଜି ଅତିରିକ୍ତ ଦାୟିତ୍ୱ ନେବା ପରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଶ୍ରୀ ଗହୀର ଯୋଗଦେଇ ଶିକ୍ଷକଙ୍କ ସହିତ ବିଭିିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଳକ ସଭାପତି ବିଭୂତି ଭୂଷଣ ପ୍ରହରାଜ, ଜିଲ୍ଲା ଉପଦେଷ୍ଠା ଅଶୋକ କୁମାର ତ୍ରିପାଠୀ, ପ୍ରଶାନ୍ତ ଦଣ୍ଡସେନା, ଜଗନ୍ନାଥ ସାହୁ, ମୋହନ ନାଏକ, ବିରେନ୍ଦ୍ର ରଥ, ଫିରୋଜ ରଣା, ବିଜୟ ସାହୁ, ଶିରିଷ ପଣ୍ଡା, ତପନ ପଟ୍ଟନାୟକ, ମେନେଜର ସାହୁ, ସହସ୍ରାଂଶୁ ମହାକୁଡ଼, ନୀଳାମ୍ବର ସାହୁ, ତ୍ରିଲୋଚନ ମହାଖୁଡ଼, ସୁବୋଧ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ଗହୀର କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ଗତ କିଛି ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଜି ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ।

jayashree
Leave A Reply

Your email address will not be published.