oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଶୋକସଭା : ପ୍ରଫେସର ଫକୀରୁଦ୍ଦିନ ଏବଂ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରଲୋକଗତ ରାଜେନ୍ଦ୍ର କଲେଜର ପ୍ରାକ୍ତନ ପ୍ରଫେସର ମହମ୍ମଦ ଫକୀରୁଦ୍ଦିନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପରିବେଶବିତ୍‌ ଧ୍ରୁବରାଜ ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସୋମବାର ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ଦୁର୍ଗାପ୍ରସନ୍ନ ମହାପାତ୍ରଙ୍କ ସମେତ ସମସ୍ତ ପ୍ରଫେସର, ବରିଷ୍ଠ ଅଧ୍ୟାପକ ତଥା ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ଆଲୋଚନାରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ଅକ୍ଷୟ କୁମାର ମିଶ୍ର, କଲେଜ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ.ବିଘ୍ନେଶ ପ୍ରସାଦ ମିଶ୍ର, ଇଂରାଜୀ ବିଭାଗର ବରିଷ୍ଠ ସହକାରୀ ପ୍ରଫେସର ପବିତ୍ରମୋହନ ଦେବତା ପ୍ରମୁଖ ଅଂଶଗ୍ରହଣ କରି ରାଜେନ୍ଦ୍ର କଲେଜର ସୁନାମ ବୃଦ୍ଧିରେ ପ୍ରଫେସର ଫକୀରୁଦ୍ଦିନଙ୍କର ଅତୁଳୀୟ ଅବଦାନ ବର୍ଣ୍ଣନା କରିବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କ ସରଳତା, ନିଷ୍ଠା ଓ ଆଦର୍ଶ ଜୀବନ ଉପରେ ଆଲୋକପାତ କରିଥିଲେ । ଉଭୟଙ୍କର ପରଲୋକରେ ଓଡ଼ିଶା ଦୁଇଜଣ ସମର୍ପିତ ଶିକ୍ଷାବିଦ୍‌ଙ୍କୁ ହରାଇଲା, ତାଙ୍କ ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିବ ବୋଲି ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହାପାତ୍ର ନିଜ ଅଭିଭାଷଣରେ ସ୍ୱର୍ଗତ ଆତ୍ମାମାନଙ୍କର ସଦ୍‌ଗତି କାମନା କରିବା ସହିତ ସେମାନଙ୍କର ଆଦର୍ଶ ସବୁଦିନ ପାଇଁ ଶିକ୍ଷା ଜଗତକୁ ଅନୁପ୍ରାଣିତ କରିବ ବୋଲି ମତ ପ୍ରକାଶ କରିବା ପୂର୍ବକ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଅନ୍ତରର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ ।

jittmm
Leave A Reply

Your email address will not be published.