oom

ବୌଦ୍ଧ କଂଗ୍ରେସରେ ଖୁସିର ଲହରୀ : କେଶବଚନ୍ଦ୍ର ଖେତି ହେଲେ ରାଜ୍ୟ ଓବିସି ସେଲ ଉପସଭାପତି

jsmm

ବୌଦ୍ଧ, (ମମତା ମହାକୁର) : ପ୍ରଦେଶ କଂଗ୍ରେସ କମିଟିର ବହୁ ଗୁରୁତ୍ୱପୂର୍ଣ୍ଣ ଓବିସି ସେଲର ଉପସଭାପତି ଭାବେ ବୌଦ୍ଧ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ବୌଦ୍ଧ ଓବିସି ସେଲର ଅଧ୍ୟକ୍ଷ କେଶବଚନ୍ଦ୍ର ଖେତିଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତି ମିଳିଥିବାରୁ ବୌଦ୍ଧ ଜିଲ୍ଲା ତଥା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ କଂଗ୍ରେସ କର୍ମୀମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ କ୍ଷେତୀ ପିଲାଟି ଦିନରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶିକ୍ଷକତା ଚାକିରିରୁ ଅବସର ନେଲା ପରେ ରାଜନୀତି ପ୍ରତି ଆଗ୍ରହ ରଖି ସେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଶିକ୍ଷକତା ସମୟରେ ମଧ୍ୟ ବିଭିନ୍ନ ଶିକ୍ଷକ ସଂଗଠନ ସହିତ ଜଡିତ ରହି ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ ଦିଗରେ ଆଗେଇ ନେଉଥିଲେ । ଏବେ ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ପାଇଲା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jittmm
Leave A Reply

Your email address will not be published.