jayashree

ଚିକିତ୍ସା ପାଇଁ ସାମ୍ବାଦିକ ଦୀପକଙ୍କୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗବ୍ଲକର ସାମ୍ବାଦିକ ଦୀପକ କୁମାର ମିଶ୍ର ଉଚ୍ଚରକ୍ତ ଚାପ ଜନିତ ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ରବିବାର ସମହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ଗୁରୁତ୍ୱର ଥିବାରୁ ତୁରନ୍ତ ଡାକ୍ତରମାନେ ତାଙ୍କୁ ମଙ୍ଗଳବାର ସକାଳେ ସଫଳତାର ସହ ମସ୍ତିଷ୍କ ଅସ୍ତ୍ରପଚାର କରାଯାଇଛି । ତାଙ୍କର ଅସୁସ୍ଥତା ଖବର ପାଇ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତିନି ଦିନ ହେଲା ଆ.ସି.ୟୁ ରେ ରହି ଚିକିତ୍ସାଧିନ ଅଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ମୁଖ୍ୟ କିରାଣୀ କାର୍ତ୍ତିକ ସେଠୀ ଓ ସ୍ଥାନୀୟ ଆର୍‌ଆଇ ପ୍ରମଖ ଡେଲାଙ୍ଗ ଷ୍ଟେସନବଜାର ସ୍ଥିତ ବାସଭବନରେ ପହଚିଂ ସାମ୍ବାଦିକ ଦୀପକଙ୍କ ପିତା ବିିଜୟ କୁମାର ମିିଶ୍ରଙ୍କୁ ୨୦ହଜାର ଟଙ୍କା ଜରୁରୀକାଳୀନ ସହାୟତା ରାଶି ପ୍ରଦାନ କରିଛନ୍ତି । ସାମ୍ବାଦିକ ଦୀପକଙ୍କ ଚିକିତ୍ସା ପାଇଁ ତୁରନ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିବାରୁ ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କୁ ଡେଲାଙ୍ଗ ପ୍ରେସ୍‌ କ୍ଲବ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥି ସହିତ ଦୀପକଙ୍କ ଚିକିତ୍ସା ପାଇଁ ତାଙ୍କୁ ସାହାଯ୍ୟ, ସହ ଯୋଗର ହାତ ବଢାଇବା ପାଇଁ ନିବେଦନ କରାଯାଇଛି ।

Leave A Reply

Your email address will not be published.