ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ ଗାଁ କଲ୍ୟାଣ ସମିତି ପକ୍ଷରୁ ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମ ମାନେ ଅନୁଷ୍ଠିତ ହୋଇ ଚାଲିଛି । ଆଜି ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଲସାନୀ ଅଙ୍ଗନବାଡି କେନ୍ଦ୍ରରୁ ଗାଁ କଲ୍ୟାଣ ସମିତି ଜରିଆରେ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶଙ୍କ ତତ୍ୱାବଧାନରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗାଁର ମହିଳା ମାନେ ଗାଁ ପରିକ୍ରମା କରି ସଚେତନତା ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବା ସହ କୋଭିଡ ଟୀକା ନେବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଏହି ସଚେତନତା ରାଲିରେ ଗାଁର କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସନ୍ତୋସିନୀ ପଟେଲ, ଆଶାକର୍ମୀ ଶ୍ରୀମତୀ ଲତା ବରିହା ପ୍ରମୁଖ ସାମିଲ ହୋଇ ଶୋଭା ଯାତ୍ରାରେ ଭାଗନେଇ ଥିଲେ ।
Next Post