ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ୧୮+ କୋଭିଡ ଟୀକାକରଣ ନେଇ ଏକ ଷ୍ଟେୟରୀଂ କମିଟି ବୈଠକ ମଙ୍ଗଳବାର ବିଡିଓ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୌମ୍ୟରଞ୍ଜନ ଦାଶ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦ୍ରକାର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା, ଜିପିଓ ଅନିଲ ପାଣିଗ୍ରାହୀ, ସିଡିପିଓ ଅଞଳୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ପାଇକମାଲ ବ୍ଲକର ୪ଟି ସ୍ଥାନରେ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ର, ଜାମସେଠ ସ୍ୱାସ୍ଥ୍ୟକେନ୍ଦ୍ର, ଲଖମରା ସ୍ୱାସ୍ଥ୍ୟକେନ୍ଦ୍ର, ବୁକୁରାମୁଣ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକାକରଣ କରାଯିବା ପାଇଁ ସ୍ଥିର କରାଯାଇଛି । ସବୁ ଗ୍ରାମ ପଞ୍ଚାୟତରେ ମାଇକ ଯୋଗେ ପ୍ରଚାର କରିବାକୁ ପ୍ରସ୍ତାପ ଗୃହୀତ ହୋଇଥିବା ବେଳେ ଆଶା ଅଙ୍ଗନବାଡି କର୍ମୀ ଘର ଘର ବୁଲି ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ କୁହାଯାଇଛି । ୨୧ ତରିଖରେ ପାଇକମାଲ ଓ ଲଖମରାରେ ୧୮+ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ୨୩ ତାରିଖ ଠାରୁ ୪ଟି ସ୍ଥାନରେ ଟୀକାକରଣ କରାଯିବ ବୋଲି ଡା.ଦାଶ ସୂଚନା ଦେଇଛନ୍ତି ।
Prev Post
Next Post