ଘର ଭଙ୍ଗାର ଥଇଥାନ ବ୍ୟବସ୍ଥା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବସଷ୍ଟାଣ୍ଡ ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ଘରଗୁଡିକୁ ଭାଙ୍ଗି ଦିଆଯାଇଛି । ଦୀର୍ଘ ୩୫ ବର୍ଷ ଧରି ସେହି ସ୍ଥାନରେ ବସବାସ କରି ଛୋଟ ଛୋଟ ଦୋକାନ କରି ନିଜ ପରିବାରକୁ ପରିପୋଷଣ କରି ଆସୁଥିଲେ ଏଠାକାର ବାସିନ୍ଦାମାନେ । ପ୍ରଥମେ ଉକ୍ତ ସ୍ଥାନକୁ ସର୍ଭେ ରିପୋର୍ଟରେ ରୟତି ବୋଲି ପୂର୍ବତନ ଆର୍‌ଡି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଧିକାରୀ କହିଥିଲେ ଏବଂ ଯାହା ନାମରେ ଅଛି ତାଙ୍କୁ କିଛି ଟଙ୍କା ମିଳିବ ବୋଲି ଲିଖିତ ଆକାରରେ ଦେଇବାରୁ ଏଠାକାର ବାସିନ୍ଦାମାନେ ସେହି ସ୍ଥାନରେ ଘରଗୁଡିକୁ ଆହୁରି ମଜବୁତ କରି ଦୋକାନକୁ ଚଳାଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ ସର୍ଭେରୁ ସେହି ସ୍ଥାନକୁ ସରକାରୀ ଜମି କହି ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ମହାମାରୀ କୋଭିଡର ସାଂଘାତିକ ପରିସ୍ଥିତିରେ ଘରଗୁଡିକୁ ଭାଙ୍ଗି ଦିଆଯାଇଛି । ଏବେ ଏଠାକାର ବାସିନ୍ଦାମାନେ ନିରୁପାୟ ଓ ଅସହାୟ ଏଭଳି ସ୍ଥିତିରେ ନିଜ ପରିବାରକୁ ପରି ପୋଷଣ କରିବେ କେମିତି ଆଉ ନିଜ ଜୀବନକୁ ବଞ୍ଚାଇବେ କେମିତି ? ଭାଙ୍ଗି ଦିଆଯାଇଥିବା ସ୍ଥାନର ଟଙ୍କା ଦାବୀ କରୁ ନାହୁଁ ବରଂ ବହୁତ ପରିଶ୍ରମ କରି ତିଆରି କରିଥିବା ଘରର ଆର୍ଥିକ ସହାୟତା ତଥା ଥଇଥାନ ବ୍ୟବସ୍ଥା କରିବା ପାଇଁ ସରକାର ଓ ପ୍ରଶାସନକୁ ଗୁହାରୀ କରିଛନ୍ତି ଏଠାକାର ଜାଗାରେ ରହୁଥିବା ଅତି ନିରୀହ ଓ ଅସହାୟ ବ୍ୟକ୍ତି ରଘୁ ମଣି ସାହୁ, ପରବିନ୍ ଗୁର୍ଲା, କ୍ଷୀରେସ୍ଵର ସ୍ୱାଇଁ, ଶେଖ୍ କୁତବୁଦ୍ଦିନ, କବି ସାହୁ, ସୁବାଷ ହଂସ ଓ ଡୋଲା ମଣି ମେହେର ପ୍ରମୁଖ ।

jittmm
Leave A Reply

Your email address will not be published.