ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମ ପଞ୍ଚାୟତର ଭାଲୁକାନା ଗାଁ କଲ୍ୟାଣ ସମିତି ପକ୍ଷରୁ ସାବୁନ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ କରୋନା ରୋଗର ଲକ୍ଷଣ କିପରି ହୁଏ ସେ ବିଷୟରେ ଲୋକଙ୍କୁ ବୁଝାଇବା ସହ ଯେଉଁ ବ୍ୟକ୍ତି ଏ ପର୍ଟ୍ୟନ୍ତ ଟୀକା ନେଇ ନାହାନ୍ତି ଶୀଘ୍ର ଟୀକା ନେଇ ଯାଆନ୍ତୁ ବେଲି ଅନୁରୋଧ କରିଥିଲେ । ଏଥିରେ ଗାଁ କଲ୍ୟାଣ ସମିତିର ସଭ୍ୟ ସାନନ୍ଦା ଗଡତିଆ, ଅର୍ଜୁନ ବାଗ, ଅମ୍ବିକା ବାଗ, ପ୍ରମିଳା ବାରିକ, ଲକ୍ଷ୍ମୀକାନ୍ତ ବରିହା, ଭାସ୍କର ଗଡତିଆ, ଦିଲ୍ଲୀପ ସାହୁ, ଭିକାରୀ ଗଡତିଆ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.