jayashree

ସିଆର୍‌ପିଏଫ୍‌ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ଶାନ୍ତିପଡ଼ା ସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ବଲାଙ୍ଗିର ସରକାରୀ ଆଇଟିଆଇ ଓ ଅନ୍ୟ କେତେକ ଅନୁଷ୍ଠାନ ସହ ମିଳିତ ଭାବେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ସାମାଜିକ ଦୂରତା ରକ୍ଷା କରି ପାଳନ ହୋଇଯାଇଛି । ସକାଳ ୭ଟାରୁ ୭ଟା ୪୫ମି. ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଯୋଗ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ଅନୁସାରେ ବିଭିନ୍ନ ଆସନ କରାଯାଇଛି ।

ଏହି ସମାରୋହରେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୌର୍ୟ୍ୟ, ସହାୟକ କମାଣ୍ଡେଣ୍ଟ ଓମ୍‌ ପ୍ରକାଶ ଯାଦବ, ଇନ୍ସପେକ୍ଟର ସନ୍ତୋଷ କୁମାର, ସବ୍‌ ଇନ୍ସପେକ୍ଟର ବେଦପ୍ରକାର ଏବଂ ସହାୟକ ସବ୍‌ ଇନ୍ସପେକ୍ଟର ରବିଚନ୍ଦ୍ରପ୍ପା ତଥା ସିଆର୍‌ପିଏଫ୍‌ ଅନେକ ଯବାନ୍‌ ଉପସ୍ଥିତ ଥିଲେ । ସଭାରେ ସମ୍ବୋଧିତ କରିବା ସମୟରେ କମାଣ୍ଡେଣ୍ଟ ଶ୍ରୀ ମୋର୍ୟ୍ୟ ମାନବ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସାର୍ବଜନିକ ସ୍ୱାସ୍ଥ୍ୟ ତଥା ଭାବନାତ୍ମକ ସୁଧାର ପାଇଁ ଯୋଗ ମହତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣରେ ଏହାର ରୁଚି ବଢ଼ାଇବା ଲକ୍ଷ୍ୟରେ ଏହି ଦିବସକୁ ସାରା ବିଶ୍ୱରେ ପାଳନ କରାଯାଉଛି । ସର୍ବଦା ଯୋଗାଭ୍ୟାସ ଜାରି ରଖିବା ପାଇଁ ମଧ୍ୟ ସମସ୍ତଙ୍କୁ କମାଣ୍ଡେଣ୍ଟ ଶ୍ରୀ ମୌର୍ୟ୍ୟ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.