lika

ପଦୋନ୍ନତି ପାଇବା ପରେ ଛତ୍ରପୁର ବିଇଓଙ୍କୁ କୃତଜ୍ଞତା

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦୋନ୍ନତି ପାଇବା ପରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀଙ୍କୁ ଛତ୍ରପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ଦିଲିପ କୁମାର ପଲେଇ, ସୁରେଶ କୁମାର ମହାନ୍ତି, ବିଷ୍ଣୁ ପଣ୍ଡାଙ୍କ ନେତୃତ୍‌ତ୍ୱରେ ଶିକ୍ଷକ ସଂଘର ନେତୃବର୍ଗ ଅଫିସ ପରିସରକୁ ଆସି ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ନିଜେ ଏକକାଳୀନ ଗଞ୍ଜାମ ବ୍ଲକ୍ ଏବଂ ଖଲିକୋଟ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ସମେତ ଛତ୍ରପୁର ବ୍ଲକର ବିଇଓ ଅଛନ୍ତି । ସେ ଇତିମଧ୍ୟରେ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି । ସେ ଏହି ପ୍ରମୁଖ ୩ ଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ୱରେ ଅଛନ୍ତି । ଏହି ତିନି ବ୍ଲକର ଶିକ୍ଷାବିଭାଗ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତାଙ୍କ କାର୍ୟ୍ୟଦକ୍ଷତାରେ ଶିକ୍ଷକମାନେ ଭୂୟସୀ ପ୍ରସଂଶା କରିଛନ୍ତି । ଅନ୍ୟମାନଙ୍କମଧ୍ୟରେ ଶିକ୍ଷକ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ବାଳକୃଷ୍ଣ ଗୌଡ଼, ରାଜେନ୍ଦ୍ରକୁମାର ବେହେରା, କୈଳାଶଚନ୍ଦ୍ର ବେହେରା, ପି.ଭେଙ୍କଟେଶ୍ବର ପ୍ରମୁଖ ଯୋଗଦେଇ ବିଇଓ ଶ୍ରୀ ଶତପଥୀଙ୍କୁ ସାଧୁବାଦ ଜଣାଇଛନ୍ତି । ନୂତନ ଭାବେ ଯୋଗଦେଇଥିବା ସଂସ୍ଥାପନା ଅଧିକାରୀ ରାମଚନ୍ଦ୍ର ନାୟକଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଦେଇ ସାଧୁବାଦ ଜଣାଇଥିଲେ ବୋଲି ଜଣାଯାଇଛି ।

babaa
Leave A Reply

Your email address will not be published.