ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଧୋଇନେଲା ପ୍ରଥମ ଦିନର ଖେଳ

  • ଟସ୍ ପଡିନି, ଆଗକୁ ବି ବର୍ଷା ଆଶଙ୍କା, ମ୍ୟାଚ୍ ବାତିଲ ହେଲେ ଯୁଗ୍ମ ବିଜେତା

ସାଉଥହାମ୍ପଟନ୍ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ଫାଇନାଲ ଆଗରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳକୁ ବାତିଲ କରାଯାଇଛି । ଆସନ୍ତା କାଲି ପାଗ ଭଲ ରହିଲେ ଟସ ପଡ଼ି ଖେଳ ଆରମ୍ଭ ହେବ । କିନ୍ତୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ସମ୍ଭାବନା ଥିବାରୁ ଖେଳ ଆରମ୍ଭ ହେବାକୁ ନେଇ ଆଶଙ୍କା ଦେଖାଦେଇଛି । ଏହି ମ୍ୟାଚର ୧୮ ତାରିଖରୁ ୨୨ତାରିଖ ପର୍ଯ୍ରନ୍ତ ବର୍ଷା ହେବାର ଥିଲେ ହେଁ ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

Leave A Reply

Your email address will not be published.