oom

ମହିଳାଙ୍କୁ ଆକ୍ରମଣ ଅଭିଯୋଗ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଶ୍ରୀବଣା ଗ୍ରାମରେ ଜୈନେକ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି । ଏମ୍. କୁମାରୀ ନାମ୍ନୀ ମହିଳାଙ୍କୁ ଘରେ ପଶି ଛୁଟି ଧରି ବାହାରକୁ ଘୋଷାଡି ଆଣି ଗାଁ ଦାଣ୍ଡରେ ମାଡ଼ ମରାଯିବା ସହ ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ଏମ୍.ଗୁନାୟାଙ୍କୁ ମଧ୍ୟ ପଡୋଶୀ ଘର ବ୍ୟକ୍ତି ଏମ୍ ପଦଲାପ ଆକ୍ରମଣ କରିଥିବା ନେଇ ମହିଳା ଜଣଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ତାଙ୍କ ତୋଟାରେ ହିଡ ପକାଇ ଝଗଡା କରି ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ସେ ଏତେଲାରେ ଉଲ୍ଲେଖ କରିଛନ୍ତି । ଏ ନେଇ ଗଞ୍ଜାମ ଥାନା ଅଧିକାରୀଙ୍କ ଶୁଭେନ୍ଦୁ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଝଗଡାର ସୂତ୍ରପାତ ହୋଇଛି ଷ୍ଟାପ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.