ବାଇକ ସହ ସ୍କୁଟି ଧକ୍କା, ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦାପସି ଛକ ନିକଟରେ ବାଇକ ସହ ସ୍କୁଟି ର ମୁହାଁମୁହ୍ନି ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନରେ ୨୦ ନମ୍ବର ଜାତୀୟ ରାଜପଥରେ ଚାନ୍ଦପଶି ଛକ ନିକଟରେ ଏକ ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକମାନେ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଆହତ ମାନଙ୍କ ପରିଚୟ ଜଣାପଡି ନଥିବା ବେଳେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଗାଡି ଦ୍ୱୟକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.