ପାରିବାରିକ କଳହରେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ : ଥାନାରେ ଅଟକ ଅଭିଯୁକ୍ତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଥାନା ଧାମନଡଙ୍ଗା ପଂଚାୟତ ସଦର ଗାଁରେ ସ୍ୱାମୀ ସ୍ତ୍ରୀର ଝଗଡାରେ ସ୍ୱାମୀ ତାର ଧର୍ମପତ୍ନୀକୁ ସୋମବାର ରାତିରେ ଜୀବନରେ ମାରି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ, ଜୟରାମ ମାଝି ଓ ତାର ସ୍ତ୍ରୀ ଉର୍ମିଳା ମାଝି ମଧ୍ୟରେ ଦୀର୍ଘ ଦିନରୁ ପାରିବାରିକ ଝଗଡା ଲାଗି ରହିଥିଲା । ଦୀର୍ଘଦିନର ଝଗଡାରେ ସମାଧାନ ନ ହେବାରୁ ଉର୍ମିଳା ନିଜ ବାପଘର ଗାଁ କୁସୁମକୁ ଚାଲି ଯାଇଥିଲା । ଏହା ପରେ ଜୟରାମ ପୁନଃ ନିଜ ଗାଁକୁ ସ୍ତ୍ରୀଙ୍କୁ ଫେରାଇ ଆଣିବା ପରେ ସୋମବାର ରାତିରେ ସ୍ତ୍ରୀ ଉର୍ମିଳା(୪୦)କୁ ତଂଟି ଚିପି ହତ୍ୟା କରିଥିବା ଜଚ୍ଚାପଡ଼ିଛି । ରାତିରେ ହିଁ ଜୟରାମ ଗ୍ରାମରକ୍ଷୀଙ୍କୁ ପତ୍ନୀ ମରି ଯାଇଥିବା ଖବର ଦେଇଥିଲା । ଏହା ପରେ ଉର୍ମିଳର ବାପା ଖବର ପାଇ କଂଟାବାଂଜି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଜୟରାମକୁ ଘରୁ କାବୁ କରି ଥାନାରେ ଅଧିକ ପଚରା ଉଚୁରା କରିବା ପାଇଁ ଅଟକ ରଖିଛି । ଉର୍ମିଳର ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଛି ପୋଲିସ । କଂଟାବାଂଜି ଥାନା କେସ ନଂ. ୧୨୯/୧୫.୬.୨୦୨୧ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

error: Content is protected !!