ସଜନା ଶାଗ ତୋଳିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଆଶ୍ରମପଡା ୱାର୍ଡ ନଂ.୧୪ସ୍ଥିତ ସାଗର ନାଗ (୫୫) ସଜନା ଗଛକୁ ଚଢି ଶାଗ ତୋଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମଂଗଳବାର ସକାଳେ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନାରୁ ସାଗର ରେଲୱେ ଜମିରେ ଘର କରି ରହିଥିବା ସ୍ଥାନରେ ଏକ ସଜନା ଗଛ ଲଗାଇଛି । ମଂଗଳବାର ସକାଳୁ ସଜନା ଗଛକୁ ଚଢି ଶାଗ ତୋଳୁଥିବା ବେଳେ ଗଛ ଉପରୁ ୧୧/୩୩ ଗ୍ରୀଡ ଦାବିରିକୁ୧୩୨/୩୩ ଗ୍ରୀଡର ୧୧ କେ.ଭି ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ କଂଟାବାଂଜି ଜି.ଆର.ପି. ପୋଲିସ ପହଂଚି ଶବ ଜବତ କରିଥିବା ବେଳେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । କଂଟାବାଂଜି ଜି.ଆର.ପି. ଏକ ଅପମୃତ୍ୟୁ ମାମଲା କେସ ନଂ.୨୪/ ୧୫.୬.୨୧ ରୁଜୁ କରି ତଦନ୍ତ ଚଲାଇଥିବା କଂଟାବାଂଜି ଇନଚାର୍ଜ ଅଧିକାରୀ ସୀତାରାମ ସୁନାରୀଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.

error: Content is protected !!