ବାଳକର ଜୀବନ ଗଲା ସାପ କାମୁଡାରେ

କନ୍ଧମାଳ : ଆଠ ବର୍ଷ ବାଳକର ଜୀବନ ଚାଲିଗଲା ସାପ କାମୁଡ଼ାରେ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରଣଗାଁଠାରେ ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ରଣଗାଁର ଆଜାଦ ଗଣ୍ଡା(୮) ଶୁକ୍ରବାର ରାତିରେ ନିଜ ମା ଓ ଜେଜେମାଙ୍କ ସହ ଗୋଟିଏ କୋଠରୀରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଆଜାଦଙ୍କ ବାମ କାନକୁ ସାପ କାମୁଡି ଦେଇଥିଲା । ଆଜାଦ ପାଟି କରିବାରୁ ପାଖରେ ମା’ ଉଠି ସାପ ଚାଲି ଯାଉଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଆହତ ଆଜାଦକୁ ବ୍ରାହ୍ମଣପାଦ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ତା’ ଅବସ୍ଥା ଗୁରୁତର ହେବାରୁ ତାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଆଜାଦର ମୃତ୍ୟୁ ହୋଇଥିଲା । ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.