ଆଇଜିଏସଏସଏସ ପକ୍ଷରୁ କୋଭିଡ ସଚେତନତା ରଥର ଶୁଭାରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡି ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ)ପକ୍ଷରୁ କରୋନା ସଚେତନତା ପାଇଁ କୋଭିଡ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତହସିଲଦାର ବାସନ୍ତୀ ସେଠି ଓ ଡ଼. ଆଶିଷ କୁମାର ଧରୁଆ । ଏହି ରଥ କର୍ଲାମୁଣ୍ଡା ବ୍ଲକର ପ୍ରତ୍ୟେକ ଗ୍ରାମକୁ ବୁଲି ଦାସକାଠିଆ ଗୀତ ମାଧ୍ୟମରେ କରୋନା ସଚେତନ କରିବ । ଏହି କାର୍ୟ୍ୟକ୍ରମରେ ସଂସ୍ଥାର ଗରୁଡ଼ ଭୋଇ, ଜଗଦିଶ ରଣା, ପ୍ରଦୀପ ସାହୁ, କିଶୋର ଦାସ, ଜିତେନ୍ଦ୍ର ଭୋଇଙ୍କ ସମେତ ସ୍ବେଛାସେବୀ ଭୂପିନ୍ଦର ଚୌଧୁରୀ, ବାସନ୍ତୀ ସାହୁ ଓ ଲିଙ୍ଗ ପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!