oom

ତୈଳଦରକୁ ବିରୋଧ କରି ପ୍ରତିବାଦ କଲା କଂଗ୍ରେସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ପଦ୍ମପୁର ସହରରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ପଦ୍ମପୁର ନଗର କଂଗ୍ରେସର ସଭାପତି ଦିଲ୍ଲିପ ଦାନୀ ଏବଂ ବୋଡାସମ୍ବର ବ୍ଳକ କଂଗ୍ରେସ ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ଉଦ୍ୟମରେ ପ୍ରତିବାଦ କରାଯାଇଛି । ସମସ୍ତ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ପ୍ରତିବାଦ ଜଣାଇବା ପାଇଁ ସହରକୁ ଗ୍ରାମାଞ୍ଚଳରୁ କଂଗ୍ରେସ ଦଳ ଶତାଧିକ କର୍ମୀ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ । ଏ ଅବସରରେ ବରିଷ୍ଠ ଓକିଲ ଗୈାତିଆ କୁମାର ସାହୁ, ଓକିଲ ସନ୍ତୋଷ ଶତପଥୀ, ଅକ୍ଷୟ ସାହୁ, ପ୍ରଫୁଲ୍ଲ ସାହୁ, ମାୟାରାମ ସୁନା ପଞ୍ଚାନନ ସାହୁ, ବୁଡ଼ୁ ଧୁବଲ, ଆନନ୍ଦ ପାତ୍ର, ସୁବାଷ ନାଏକ, ତିର୍ଥ ବିଶ୍ୱାଳ, ଗଜିଆ ଶର୍ମା, ସୁନିଲ ଅଗ୍ରୱାଲ ଓ ବରଗଡ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଅଖିଳ ପୁରୋହିତ ପ୍ରମୁଖ ଏକତ୍ରିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ପ୍ରତିବାଦ କରିଥିଲେ ।

jittmm
Leave A Reply

Your email address will not be published.