oom

ତୈଳ ଦର ବୃଦ୍ଧି ନେଇ ସଇଁନ୍ତଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା : ସାମିଲ୍‌ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାର ଦ୍ୱିତୀୟ ଲହର ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଦିନକୁ ଦିନ ଅହେତୁକ ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବ ପଡିଛି । କେନ୍ଦ୍ର ସରକାରଙ୍କ ମାରଣା ନୀତି ଯୋଗୁଁ ଏଭଳି ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ନେଇ ଆଜି ସାରା ରାଜ୍ୟରେ କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହଗାଁ ଓ ବିବିନା ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ଳକ ସଭାପତି ଗୁଣସାଗର ମାଝୀଙ୍କ ନେତୃତ୍ୱରେ ଆଜି ଏକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ତେବେ କେନ୍ଦ୍ର ସରକାରଙ୍କ ଏଭଳି ମନମୁଖୀ ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଉଥିବା ବେଳେ କଂଗ୍ରେସ ଦଳ ଏହାର ଘୋର ନିନ୍ଦା କରୁଛି । ଯଦି ଆଗାମୀ ଦିନରେ ତୈଳ ଦର କେନ୍ଦ୍ର ସରକାର ହ୍ରାସ ନକରେ, ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ କଂଗ୍ରେସ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି । ଏଥିରେ ସମିତି ସଭ୍ୟ ଧନମତ ନନ୍ଦ, ଦୀପକ ଅଗ୍ରୱାଲ, ଅନ୍ତ କାଲସାଏ, ଆଇଏନଟିଓସି ସଭାପତି କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଉତ୍ତମ ପଟେଲ, ମକୁନ୍ଦ ନାଗ, ଘୁନସର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ବେହେରା, ସୁବ୍ରତ ବେହେରା, ସେନାପତି ମଲ୍ଲିକ, ବିନେସ ଗହୀର, ଲଳିତ ମାଝୀ, ମୀନକେତନ ସେଠ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.