କୋଭିଡ ଯୋଦ୍ଧା ଡିଏସ୍‌ପି ଶେଷଦେବ ବରିହାଙ୍କୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଆକ୍ରାନ୍ତ ହୋଇ କୋଭିଡ ଯୋଦ୍ଧା ବଲାଙ୍ଗିର ଡିଏସ୍‌ପି ଶେଷଦେବ ବରିହା ପ୍ରାଣ ହରାଇଥିବା ବେଳେ ଆଜି ସ୍ଥାନୀୟ ମନୋହରପୁର ପୋଲିସ ଗ୍ରାଉଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ରହି ସ୍ୱର୍ଗତ ଡିଏସ୍‌ପିଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏଥିରେ ଯୋଗଦେଇ ଅମରଆତ୍ମାର ସତ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.