oom

ଛତ୍ରପୁର ବିଧାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଉଦଘାଟିତ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାସଦର ମହକୁମା ଛତ୍ରପୁରଠାରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ୩ଟି ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲା ଯାଇଛି । ସୋମବାର ଆରମ୍ଭ ହୋଇଥିବା ଛତ୍ରପୁର କଲ୍ୟାଣ ମଣ୍ଡପଠାରେ ବିବିଧ ଵ୍ୟଵସ୍ଥାପନାରେ ଆୟୋଜିତ ଟିକାକରଣ କେନ୍ଦ୍ରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତିରେ ଏକ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡ଼ିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ପୌରନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ସମେତ ବିଭିନ୍ନ ବର୍ଗର ଅଧିକାରୀ, ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଯୋଗ ଦେଇ ଏହି ଶୁଭାରମ୍ଭ ଟୀକାକରଣ କାର୍ୟ୍ୟକୁ ସାଫଲ୍ୟ କରିଥିଲେ । ପୂର୍ବରୁ ଜିଲ୍ଲାରେ ୧୮ ରୁ ୪୪ ବର୍ଷୀୟ ବ୍ୟକ୍ତିବିଶେଷ୍ୟଙ୍କୁ କରୋନା ଟୀକା ନେବା ପାଇଁ ବ୍ରହ୍ମପୁର ଯିବାକୁ ପଡୁଥିଲା । ଯାହାଫଳରେ ବହୁ ଲୋକ ଟୀକା ନେବାରେ ବଞ୍ଚିିତ ହେଉଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରନା ଟୀକାକରଣ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ବିଭିନ୍ନ ମହଲରେ ପ୍ରଶାସନକୁ ସାଧୁବାଦ ଓ ପ୍ରସଂଶା କରାଯାଇଛି । ଛତ୍ରପୁର ସହରରେ ଏନଏସି କଲ୍ୟାଣମଣ୍ଡପ, ପୁତ୍ତିଗୋପାଳପୁର ସ୍କୁଲ ଓ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଏହି ଟୀକାକରଣ ବ୍ୟବସ୍ଥା ହୋଇଥିବା ସହ ସୁରୁଖୁରୁରେ ସମ୍ପାଦନା ହୋଇଆସୁଛି । ଗତକାଲି ଏହି ତିନୋଟି କେନ୍ଦ୍ର ସମେତ ଅନ୍ୟସ୍ଥାନ ସହ ସର୍ବମୋଟ ୬୮୯ ଜଣ ଟୀକା ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଠିକ୍‌ ସେହିପରି ଆଜି ମଧ୍ୟ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ସ୍ବଭାବିକ ଭାବେ ସୁରୁଖୁରୁରେ ଟୀକା ଦିଆ ଚାଲିଛି ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.