jayashree

ଧାନ କିଣାବିକାରେ ଅବ୍ୟବସ୍ଥାକୁ ନେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ମେ ୧ ତାରିଖରୁ ରବିଧାନ କିଣା ମଣ୍ଡିରେ ଆରମ୍ଭ ବିଧି ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମେ ୫ରୁ ୧୫ ପର୍ୟ୍ୟନ୍ତ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି । ହେଲେ ରବି ଧାନ କିଣାବିକାରେ ଯେଉଁ ଅବ୍ୟବସ୍ଥା ହେଲା ଓ ମାସ ମାସ ଧରି ମଣ୍ଡି ଧାନ ପଡ଼ିରହିଲା ରାଜ୍ୟ ସରକାର ଧାନ ନକିଣିବାରୁ ବାଧ୍ୟ ହୋଇ ଚାଷୀମାନେ ‌ଖୋଲା ବଜାରରେ କମ୍‌ ଦରରେ ବିକ୍ରୀ କରୁଥିବା କ୍ୟୁଣ୍ଟାଲ ପିଛା ୭ରୁ ୮ ଶହ ଟଙ୍କା ଚାଷୀମାନେ କ୍ଷତିରେ ଚାଷୀ ଧାନ ବିକିବାକୁ ବାଧ୍ୟ ହେଉଛି । ଏବେ ମଧ୍ୟ ରବିଧାନ କିଣାବିକାରେ ସମାନ ସ୍ଥିତ ହେଲାଣି । ଚାଷୀଙ୍କ ଟୋକନ ଏବେ ଲାପ୍ସ ହେଉଥିବାରୁ ଚାଷୀ ବାଧ୍ୟ ହୋଇ ୧୧ ଶହରୁ ୧୨ ଶହ ଟଙ୍କାରେ ଖୋଲା ବଜାରରେ ଧାନ ବିକିବାକୁ ବାଧ୍ୟ ହେଉଛି । ଏହାର ସମାଧାନ ପାଇଁ ଆଜି ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ସମ୍ମିଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ରବି ଧାନ ବିକିବାକୁ କେତେ ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ଧାନ କିଣିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଉ । ଚାଷୀଙ୍କୁ ଦିଆଯାଇଥିବା ଟୋକନର ନିର୍ଧାରିତ ସମୟ ସିମା ନକରି ଚାଷୀଧାନ ମଣ୍ଡିରେ ପହିଞ୍ଚିବା ପରେ ଏହାର କିଣିବା ଦାୟିତ୍ଵ ରାଜ୍ୟ ସରକାରଙ୍କର ଏ ଦାୟିତ୍ଵ ରାଜ୍ୟ ସରକାର ବହନ କରିବ । ଚାଷୀଙ୍କ ଧାନ ଲୋଡିଂଙ୍ଗ ଅନ୍‌ଲୋଡିଂଙ୍ଗ, ପରିବହନ, ବସ୍ତା ଅଖାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ଦେଉଥିବା ବେଳେ କୋଟି କୋଟି ଟଙ୍କା କିଏ କିଏ ଭାଗ ବାଣ୍ଟି ଖାଉଛନ୍ତି ତାହା ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରନ୍ତୁ । କେନ୍ଦ୍ର ସରକାର ଦେଉଥିବା ଟଙ୍କାକୁ ଚାଷୀଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ । ଧାନ କିଣା ଥିବା ସଂସ୍ଥା ଆର୍‌ଏମ୍‌ସି କ୍ୟୁଣ୍ଟାଲ ପିଛା ୨ ପ୍ରତିଶତ କେନ୍ଦ୍ର ସରକାର ଠାରୁ କମିଶନ ପାଉଥିବା ବେଳେ ପେକ୍ସ ମଧ୍ୟ କ୍ୟୁଣ୍ଟାଲ ପିଛା, ୩୧ ଟଙ୍କା ୫୦ ପଇସା କମିଶନ ପାଉଛି । ଏ ବାବଦରେ ଆର୍‌ଏମ୍‌ସି ଓ ପେକ୍ସମାନଙ୍କ ପାଖରେ ଶହ ଶହ କୋଟି ଟଙ୍କା ଗଚ୍ଛିତ ଅଛି । କିନ୍ତୁ ଦୂର୍ଭାଗ୍ୟର ବିଷୟ ଯେ ଏହି ସଂସ୍ଥା ମାନେ ମଣ୍ଡିରେ ଧାନ ରଖିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରୁ ନଥିବାରୁ ଚାଷୀ ପ୍ରତି ବର୍ଷ କ୍ଷତି ସହୁଛି । ମଣ୍ଡିରେ ଚାଷୀଙ୍କ ଧାନ କଟନି ଛଟନି ଦ୍ଵାରା ଚାଷୀ ଶୋଷିତ ହେଉଛନ୍ତି ଏଥିପାଇଁ ମିଲର୍ସଙ୍କ ବିରୋଧ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା । ୟାସ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁଁ ଚାଷୀ ଧାନ ସମେତ ଅନ୍ୟାନ୍ୟ ଚାଷରେ ବ୍ୟାପକ କ୍ଷୟକ୍ଷତି ହେଉଛି । ରାଜ୍ୟ ସରକାର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ଆଦି ବିଷୟରେ ଦାବୀ ପତ୍ର ପ୍ରଦାନ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ରବି ନାଏକ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦିବ୍ୟକିଶୋର ଭୋଇ, ଜିଲ୍ଲା ସାଧାରଣ ସଂପାଦକ କୁଶ କୁମ୍ଭାର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା, ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ଶାନ୍ତନୁ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ମଦନ ପଟେଲ, ସାଂସଦ ପ୍ରତିନିଧି ଅବନୀ କାନ୍ତ ପଣ୍ଡା, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭୋଜରାଜ ସାହୁ, ଏସ୍‌ଟି ମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପରକ୍ଷୀତ ଛତର, ଜିଲ୍ଲା କୃଷକ ମୋର୍ଚ୍ଚା ଆଇଟି ସେଲ୍ ନୀଳାଞ୍ଚଳ ଦରୁଆନ, ରାଜିନ୍ଦ୍ର ସେଠ ପ୍ରମୁଖ ଦାବୀ ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ଯଦି ରାଜ୍ୟ ସରକାର ଏଥିପ୍ରତି ପଦକ୍ଷେପ ନ ନିଅନ୍ତି ତା’ହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.