ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରଜାପଡାର ୮୦ ବର୍ଷୀୟ ବୃଦ୍ଧା ବିଲାସିନୀ ଭଇଁସାଲ ଦୁଇ ମାସ ହେବ ଚାଉଳ ପାଉ ନାହାଁନ୍ତି । ଅନେକ ଥର ଚାଉଳ ନେବା ପାଇଁ ଗଲେ ଅଧିକାରୀ ମାନେ ତାଙ୍କୁ ମନା କରି ଦେଉଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ବହୁତ ଖରାଫ । ପରିବାର କହିଲେ ସେ ଜଣେ । ଏବେ ବାର୍ଦ୍ଧକ୍ୟ ଜନିତ ହେତୁ ଚଲାବୁଲା ମଧ୍ୟ କରିବାରେ ଅସମର୍ଥ । ଭୋକର ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ଆଜି ପଦ୍ମପୁର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗଙ୍କ ନଜରକୁ ଆସିଥିଲା । ସାମ୍ବାଦିକ ଶ୍ରୀ ବାଗ ପଦ୍ମପୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ଘରକୁ ପହଞ୍ଚି ଚାଉଳ ଯୋଗେଇ ଦେବା ପାଇଁ ଯୋଗାଣ ନିରୀକ୍ଷକଙ୍କୁ ଯୋଗାଯୋଗ କରିଥିଲେ ଓ ତାଙ୍କୁ ଚାଉଳ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓ ତାଙ୍କୁ ସନ୍ଧ୍ୟା ବେଳେ ଖାଇବାର ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଏହି ମହତ କାମରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ରଘୁ ସାହୁ, ଅଭିନାଶ ବହିଦାର ଉପସ୍ଥିତ ଥିଲେ ।