csstore

୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରର ଆନ୍ତରିକ ସୁରକ୍ଷା ଓ ସ୍ଥାନୀୟ ପ୍ରଶାସନର ସହାୟତା ପାଇଁ ସିଆର୍‌ପିଏଫ୍‌ ସର୍ବଦା କର୍ତ୍ତବ୍ୟରତ । ନିଜ ଦାୟିତ୍ୱ ନିଭେଇବା ସଂଗେ ସଂଗେ ସିଆର୍‌ପିଏଫ୍‌ ସାମାଜିକ ସୁରକ୍ଷା, ସଚେତନତା ଆଦି କାର୍ୟ୍ୟକ୍ରମ ମଧ୍ୟ ହାତକୁ ନେଇ ଆସିଛି । ଏହି କ୍ରମରେ ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ମୌସୁମୀ ଆଗମନ ସମୟରେ ଏକ ବିଶାଳ ବୃକ୍ଷ ରୋପଣ ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆଜି କମାଣ୍ଡେଣ୍ଟଯୋଗେନ୍ଦ୍ର ସିଂହ ମୌର୍ୟ୍ୟ ଏହି ବୃକ୍ଷରୋପଣ ଅଭିଯାନକୁ ଔପଚାରିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଦୀର୍ଘାୟୁ ତଥା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବାରେ ସହାୟକ ହେଉଥିବା ସ୍ୱଦେଶୀ କିସମର ୩୦୦ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାମ ରଘୁନାଥ ରାମ, ସହକାରୀ କମାଣ୍ଡେଣ୍ଟ ଓମ୍‌ପ୍ରକାଶ, ନିରୀକ୍ଷକ ସନ୍ତୋଷ କୁମାର, ଉପନିରୀକ୍ଷକ ବେଦପ୍ରକାଶ, ସହ ଉପନିରୀକ୍ଷକ ରବିଚନ୍ଦ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.