jsm

ଯୁଗଯାତ୍ରୀ ସାହିତ୍ୟ ସଂସଦର ପୂର୍ବ ଉପସଭାପତି ପରମାନନ୍ଦ ଅଗ୍ରୱାଲଙ୍କ ପରଲୋକ

csstore

କଳାହାଣ୍ଡି, (କେପିଏନ୍‌ଏସ୍‌) : ଯୁଗଯାତ୍ରୀ ସାହିତ୍ୟ ସଂସଦର ଜଣେ ବରିଷ୍ଠ ସଦସ୍ୟ ତଥା ଉପସଭାପତି, କୋଷାଧ୍ୟକ୍ଷ ପରମାନନ୍ଦ ଅଗ୍ରୱାଲ(୫୯)ଙ୍କ ଆଜି ପରଲୋକ ହେଇଯାଇଛି । କଟକ ଠାରେ ତାଙ୍କର ପରଲୋକ ପରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆରମ୍ଭରୁ ଯୁଗଯାତ୍ରୀ ସାହିତ୍ୟ ସଂସଦ ସହିତ ଜୀବନର ଶେଷ ପର୍ୟ୍ୟନ୍ତ ଜଡ଼ିତ ରହିଥିଲେ । ସାହିତ୍ୟ ନିଜେ ସର୍ଜନା କରୁ ନଥିଲେ ବି ଆରମ୍ଭରୁ ହିଁ ଏହି ସାହିତ୍ୟ ସଂସଦ ପ୍ରତି ତାଙ୍କରି ଅନୁରକ୍ତି କିଛି ବର୍ଷ ପାଇଁ ନୁହେଁ, ବରଂ ସେ ସାରା ଜୀବନ ଗୋଟିଏ ଅନୁଷ୍ଠାନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହିବା ତାଙ୍କରି ସାହିତ୍ୟ ଅନୁଷ୍ଠାନ ପ୍ରତି ଆନ୍ତରିକତାର ଏକ ବଳିଷ୍ଠ ନମୁନା । ତାଙ୍କରି ଦୁଇ ପୁତ୍ର ଅମିତ ଅଗ୍ରୱାଲ ଏବଂ ସୁମିତ ଅଗ୍ରୱାଲ ରହିଥିବା ବେଳେ ତାଙ୍କରି ବିୟୋଗରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନା ମିଶ୍ର, ସଂପାଦକ ହେମନ୍ତ ସାହୁ, କୋଷାଧ୍ୟକ୍ଷ ଉଦୟ ନାଏକ, ଉପସଭାପତି ସୁରେନ୍ଦ୍ର ମହାଖୁଡ଼, ବରିଷ୍ଠ ସଦସ୍ୟ ପବନ କୁମାର ମହାଲିକ, ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ସତ୍ୟଜିତ ଚାଟାର୍ଜୀ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

yuvodaya
Leave A Reply

Your email address will not be published.