csstore

ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । କିଛି ଦିନ ପୂର୍ବରୁ ବରିକେଲ ଗ୍ରାମର ଜଣେ ଖଳ ପ୍ରକୃତିର ବ୍ୟକ୍ତି କୁହୁଡ଼ି ନଦୀକୁ ନିଜର ଅକ୍ତିଆର କରି ନଦୀ ମଝିରେ ମାଟି ପକାଇ ଦେଇଥିଲା । ଏହା ବିରୋଧରେ ଖଣ୍ଡସିବାଞ୍ଜି ଗ୍ରାମବାସୀ ମିଳିତ ଭାବେ ପଦ୍ମପୁର ‌ଉପ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଏହାର ତଦନ୍ତ ପାଇଁ ଆର୍‌ଆଇଙ୍କୁ ପଠାଇଥିଲେ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଉକ୍ତ ଘଟଣାକୁ ତିନି ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏବେ ବର୍ଷା ଦ୍ୱାରା ଉକ୍ତ ମାଟି କାଦୁଅରେ ପରିଣତ ହୋଇଛି ଏବଂ ଲୋକମାନେ ଯାତାୟତ କରିବାରେ ବହୁତ ଅସୁବିଧା ହେଉଛି । ଏତିକି ବେଳେ ଆମ୍ ଆଦ୍‌ମୀ ପାର୍ଟି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପୌଲସ୍ତ୍ୟ ସାହା ଏକ ଟ୍ୱିଟ୍‌ ଜରିଆରେ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏଥି ପ୍ରତି ପଦକ୍ଷେପ ନେବା ପାଇଁ ଗ୍ରାମର ଜଣେ ଯୁବ କର୍ମୀ ମଧ୍ୟ ରିଟ୍ୱିଟ୍‌ କରି ସମର୍ଥନ କରି ଏଥି ପ୍ରତି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଗ୍ରାମ ବାସୀଙ୍କର ମିଳିତ ଉଦ୍ୟମରେ ଆମରଣ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହା ମତ ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.