oom

ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ

jsmm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜିର ତାରିଖରେ ଲୋକେ ନିଜ ସ୍ୱାର୍ଥ ପଛରେ ଧାଉଁଛନ୍ତି । ଆଜିକାଲି କେହି କାହାକୁ ସାହାଯ୍ୟ କରିବା ତ ଦୂରର କଥା ଲାଭ ନଥିଲେ କଥାବାର୍ତ୍ତା ମଧ୍ୟ ହେଉନାହାନ୍ତି । କଥାରେ ଅଛି ପରା : କିଏ କାହାର, ଚଁଟିଆ ଶୋଇଛି ଗାଁ ବାହାର । ଏ ଉକ୍ତିର ପ୍ରମାଣ ସତରେ ଆଜିକାଲି ବହୁତ ଲୋକଙ୍କଠାରୁ ଦେଖିବାକୁ ମିଳୁଛି । ହେଲେ ଆଜି ବି ବଞ୍ଚିଛି ମଣିଷ ପଣିଆ ଦେଖିବାକୁ ମିଲୁଛି ଅନେକ ଅସହାୟ ଏବଂ ବେସାହାରା ଲୋକଙ୍କୁ କିଛି ସ୍ୱେଚ୍ଛାସେବୀ ସଂଗଠନ ଭୋକିଲା ପେଟକୁ ଦାନା ମୁଠାଏ ଦେଉଛନ୍ତି । ଏମିତି ଦୀର୍ଘ ଦିନ ଧରି ଅସହାୟ ଲୋକଙ୍କ ସାହାରା ପାଲଟିଥିବା ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଲାଗିଛି ଲୋକଙ୍କ ସେବାରେ । ଉତ୍ସାହ ବଳରେ ଚନ୍ଦନଭାଟୀ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମଧ୍ୟ ମଝିରେ ମଝିରେ କରି ଚାଲିଛି ମଣିଷପଣିଆ କାର୍ୟ୍ୟ । ଏଇ କରୋନା ମହାମାରୀ ସମୟରେ ଲକଡାଉନ ଏବଂ ସଟଡାଉନ ହେଇଥିବାରୁ ସହରରେ ବହୁତ ଅସହାୟ, ବେସାହାରା ଏବଂ ଭୀମଭୋଇ ମେଡିକାଲକୁ ଆସୁଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନେ ଖାଇବା ପାଇଁ ବହୁତ ହଇରାଣ ହରକତ ହେଉଥିବା ବେଳେ ଏଇ କିଛି ଦିନ ହେଲା ଚନ୍ଦନଭାଟୀ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସଭାପତି ବୀରେନ୍ଦ୍ର ସାହୁଙ୍କ ନେତୃତ୍ବରେ ନିଜ ଗାଁରୁ ଏକ ଶହରୁ ଉର୍ଦ୍ଧ ଲୋକଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରି ଦଶ କିଲୋମିଟର ପହଞ୍ଚାଇ ସେମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ । ତାଙ୍କ କହିବା ଅନୁସାରେ ଏଥିରେ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି । ଅଙ୍କିତ ଖମାରୀ, ରିଙ୍କୁ ସାହୁ, ବିଜୟ ସା, ବିକୁ ଦଲାଇ, ରିଙ୍କୁ ମେହେର, ବଣ୍ଟି ବେହେରା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏହି ସେବା କାର୍ୟ୍ୟକୁ ସୂଚାରୁ ରୂପେ ତୁଲାଉଛନ୍ତି ।

jittmm
Leave A Reply

Your email address will not be published.