oom

ସୀତାରାମ ଫାଉଣ୍ଡେସନର ଜନହିତକାରୀ ପଦକ୍ଷେପ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବା ବେଳେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକଙ୍କ ପାଇଁ ଦେବଦୁତ ସାଜିଛି ବଲାଙ୍ଗିର ଜିଲ୍ଲା ସୀତାରାମ ଫାଉଣ୍ଡେସନ । ନିତିଦିନ ବିଭିନ୍ନ ସ୍ଥାନରେ ଅସହାୟ ମାନଙ୍କୁ ଚିହ୍ନଟ କରି ବିଭିନ୍ନ ପ୍ରକାରରରେ ସାହାଯ୍ୟର ହାତ ବଢାଇବା ସହ ସଚେତନ କରୁଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ମଧ୍ୟ ନିତିଦିନ ବିଭିନ୍ନ ରେଗୀଙ୍କ ସଂପର୍କୀୟ ତଥା ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛି । ସୀତାରାମ ଫାଉଣ୍ଡେସନର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଏଥିରେ ସଂଗଠନର ଟହଲୁ ସାହୁ, ସୁଶୀଲା ସାହୁ, ପ୍ରଦୀପ ସାହୁ, ଅଜିତ ନନ୍ଦ ଏବଂ ସଂଗଠନର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.