ଆଣ୍ଟିଗୁଆରୁ ୩ ଦିନ ହେବ ନିଖୋଜ ଥିବା ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସୀ ଡୋମିନିକାରେ ଧରାପଡିଲେ

ନୂଆଦିଲ୍ଲୀ : ଭାରତରୁ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ ହେଲେ ଗତ ୩ ଦିନ ହେଲା ସେ ନିଖୋଜ ଥିବା ନେଇ ଖବର ଆସିଥିଲା । ତେବେ ସେ ଏବେ ଡୋମିନିକାର ତଦନ୍ତକାରୀ ସଂସ୍ଥା ସିଆଇଡି ହାତରେ ଧରା ପଡିଛନ୍ତି । ସାଧାରଣରେ ର୍ଚ୍ଛା ହେଉଛି ଯେ ସେ ଆଣ୍ଟିଗୁଆ ଛାଡି କ୍ୟୁବାକୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ସୂଚନାଯୋଗ୍ୟ ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର ୬ଶହ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ଅଭିଯୋଗ ହେଇଥିଲା । ଏହି ଅଭିଯୋଗ ପରେ ସେ ଭାରତରୁ ଫେରାର ହୋଇଯାଇଥିଲେ । ଜଣା ପଡିଥିଲେ ସେ ଆଣ୍ଟିଗୁଆ ନାଗରିକତା ଗ୍ରହଣ କରି ସେଠାରେ ରହୁଛନ୍ତି । ଆଣ୍ଟିଗୁଆରେ ମେହଲୁଙ୍କୁ ଭାରତ ଆଣିବାକି ଭାରତ ସରକାର ଉଦ୍ୟମ ଜାରି ରଖିଥିଲେ । ଆଣ୍ଟିଗୁଆ ସରକାର ମଧ୍ୟ ମେହୁଲଙ୍କୁ ତାଙ୍କ ଦେଶରେ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ ବୋଲି ସାଧାରଣରେ ର୍ଚ୍ଛାର ବିଷୟ ପାଲଟିଛି ।

Leave A Reply

Your email address will not be published.