‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆଜି ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସାମୁଦ୍ରିିକ ବାତ୍ୟା ‘ୟାସ୍’ ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ ରେମୁଣା-ବାହାନଗା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିଥିଲା । ତେବେ ଏହାର ସମୀକ୍ଷା ପରେ ଗତକାଲି ସନ୍ଧ୍ୟାରେ ଏଥିସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ସହ ସମସ୍ତ ରାସ୍ତା ମରାମତି ନେଇ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଆଜି ନିଜେ ପରିଦର୍ଶନ କରିଥିବାରୁ ଆକଳନ ପରେ ଆଉ କିଛି ବଡ଼ ଘୋଷଣା କରିବେ ବୋଲି ଜନସାଧାରଣ ଆଶା କରୁଛନ୍ତି ।

Leave A Reply

Your email address will not be published.