csstore

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ସମ୍ମାନିତ

ଟିଟିଲାଗଡ, (ଗୌରବ ଦରଜୀ) : ୨୦୧୯-୨୦ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଯାଦବ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ ସମ୍ମାନିତ କରାଯାଇଥିଲା । ପ୍ରଭୁ ଶ୍ରୀକଷ୍ଣଙ୍କ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ସମ୍ବର୍ଦ୍ଧନା ସଭା ଆରମ୍ଭ ହେଇଥିଲା ।

ବେଲପଡା ବ୍ଲକ୍‌ର ତିନି ଜଣ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି । ବେଲପଡା ବ୍ଲକ୍ ଅନ୍ତର୍ଗତ ସଲଣ୍ଡି ଗ୍ରାମର କିରନ୍ ପୁଞ୍ଜିଙ୍କ ପୁତ୍ର ଦିନେଶ ପୁଞ୍ଜି, ଘାଗୁର୍ଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଭୁବନେଶ୍ୱର ବନଛୋରଙ୍କ ପୁତ୍ର ଦେବରଞ୍ଜନ ବନଛୋର, ବହାବଲ୍ ଗ୍ରାମର ଚମ୍ପେଶ୍ୱର ବଗର୍ତ୍ତୀଙ୍କ ପୁଅ ପରେଶ ବଗର୍ତ୍ତୀଙ୍କୁ ସମ୍ମାନିତ କରାଯାଇଛି ।

ମୁଖ୍ୟ ଅତିଥି ଯାଦବ ମହାସଭା ବଲାଙ୍ଗିର ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ସମ୍ମାନିତ ଅତିଥି ମନୋଜ କୁମାର ହାତୀ, ସଂଯୋଜକ ଜିଲ୍ଲା ଯାଦବ ମହାସଭା ଆଶିଷ ଚନ୍ଦନ, ବରିଷ୍ଠ ଆଇନଜୀବୀ ଓ ବ୍ଲକ୍ ସଭାପତି ଗୋକୁଳ ଖର୍ସେଲ, ଉତ୍କଳ ଯାଦବ ମହାସଭା ଛାତ୍ର ସେଲର ସାଧାରଣ ସମ୍ପାଦକ ଦିନେଶ କୁମାର ନାଗ, ଯୁବ ସମାଜସେବୀ ହରେଷ ବଗର୍ତ୍ତୀ, ଦୁର୍ୟୋଧନ ଚିରଙ୍ଗୁଲ୍, ପୂର୍ଣ୍ଣ ଚନ୍ଦ୍ର କରୁଆଁ, ନବୀନ ଚଣ୍ଡୀ, ଇନ୍ଦ୍ରଜିତ ଖର୍ସେଲ, ଚଣ୍ଡୁଲ ବାଗ, ଟିକେଶ୍ୱର କରୁଆଁ ପ୍ରମୁଖ ସମସ୍ତ ଯାଦବ ଭାଇମାନେ ଉପସ୍ଥିତି ଥିଲେ ।

jayashree
Leave A Reply

Your email address will not be published.