ଅର୍ଥାଭାବ ବଇରୀ ସାଜିଛି କିଡ଼୍‌ନୀ ଓ ବାତ ରୋଗୀ ବୃନ୍ଦାବନଙ୍କ ପାଇଁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍‌ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି । ତାଙ୍କ ପତ୍ନୀ ବିମଳା ବେହେରା ବହୁ ଥର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ବି ବୃନ୍ଦାବନ ସୁସ୍ଥ ହୋଇ ପାରିନାହାନ୍ତି । ତେବେ ଅତ୍ୟନ୍ତ ଗରିବ ନିସାନ୍ତନ ବୃନ୍ଦାବନ ବର୍ତ୍ତମାନ ଅର୍ଥାଭାବରୁ ଚିକିତ୍ସିତ ମଧ୍ୟ ହୋଇ ପାରୁନାହାନ୍ତି । ଘରେ ଯାହା ଥିଲା ସବୁ ଚିକିତ୍ସାରେ ଶେଷ ହୋଇଯାଇଛି । ଏବେ କେବଳ ଭଗବାନଙ୍କୁ ଭରସା କରି ରହିଛନ୍ତି ପତିପତ୍ନୀ । ଏପଟେ ରୋଗ ଆହୁରି ଆହୁରି ବଢ଼ିବାରେ ଲାଗିଛି । ରୋଗର କଷ୍ଟ ଅସହ୍ୟ ବି । ବୃନ୍ଦାବନଙ୍କ ପତ୍ନୀ ସହାୟତା ନିମନ୍ତେ ସରପଞ୍ଚଙ୍କୁ ଜଣାଇଥିଲେ ବି କୌଣସି ସହଯୋଗ ପାଇ ପାରି ନଥିବା କହିଛନ୍ତି । ତେବେ ବୃନ୍ଦାବନଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ କରାଗଲେ, ସେ ଉପକୃତ ହୋଇ ପାରନ୍ତେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ତାଙ୍କ ପଞ୍ଚାୟତ ଓ ବ୍ଲକ୍‌ ତଥା ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହଯୋଗ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.