କୋରୋନା ସମୟରେ ପିଇବା ପାଣିରୁ ବଞ୍ଚିତ ୱାର୍ଡ ନମ୍ବର ୧୧ର ବାସିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏ ନେଇ ସରକାର ନିୟମ ମାନେ କଡାକଡି କରିଛନ୍ତି ଲୋକଙ୍କୁ ଅତି ଜରୁରୀ କାମ ନ ହେଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି କହୁଛନ୍ତି । ସମସ୍ତ ସୁବିଧା କରୁଛନ୍ତି, ହେଲେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧୧ ପୁରୁଣା ପାଟଣାଗଡ଼ ରାସ୍ତା ରଜାପଡାରେ ୪୦ ପରିବାର ପିଇବା ପାଣିରୁ ବଞ୍ଚିତ ଅଛନ୍ତି । ସୂଚନା ମୁତାବକ ପୁରୁଣା ପାଟଣାଗଡ଼ ରାସ୍ତାରେ ନୂତନ ଡ୍ରେନ ନିର୍ମାଣ ହେଉଛି ଯ ଦ୍ୱାରା ପୁରୁଣା ଡ୍ରେନକୁ ଭଙ୍ଗା ଯାଇଛି ଯ ଦ୍ୱାରା ଡ୍ରେନ ପାଖରେ ଯାଇଥିବା ପିଇବା ପାଣି ପାଇପ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛି । ପିଏଚଡି ଅଧିକାରୀ ଶ୍ରୀ ମାଝୀଙ୍କୁ ଯୋଗାଯୋଗ କରିବାରୁ ଶ୍ରୀ ମାଝୀଙ୍କ କହିବା ଅନୁସାରେ ଯେଉଁ ଠିକାଦାର ଡ୍ରେନ ନିର୍ମାଣ କରୁଛନ୍ତି ଡ୍ରେନ ଭାଙ୍ଗିଲା ସମୟରେ ମତେ ସୂଚନା ନ ଦେଇନଥିଲେ ତାଙ୍କ ମନ ମୁତାବକ ଡ୍ରେନ ଭାଙ୍ଗି ଦେଇଛନ୍ତି ଯ ଦ୍ୱାରା ଡ୍ରେନ ପାଖରେ ଯାଇଥିବା ପିଇବା ପାଣି ପାଇପ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛି । ତଥାପି ମୁଁ ସୁବିଧା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଲେ ଚାରି ଦିନ ବିତିଗଲା ପ୍ରଶାସନର ଦେଖା ନାହିଁ । ଏ ପଟେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ବଢୁଥିବା ବେଳେ ଲୋକେ ସରକାରଙ୍କ ନିୟମ ମାନି ଘରେ ରହୁଥିବା ବେଳେ ଅନ୍ୟ ପଟେ ଗ୍ରୀଷ୍ମପ୍ରବାହରେ ପାଣିର ସମସ୍ୟା ଦେଖା ଦେଉଛି । ପଦ୍ମପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ସମସ୍ୟା ସମାଧାନ କରନ୍ତୁ ବୋଲି ପଡା ବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.