oom

ଗୋଟିଏ ଦିନରେ ଦୁଇଟି ଡକାୟତି ଘଟଣା : ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଜଣେ ବ୍ୟବସାୟୀଠୁ ଲୁଟିଲେ ଲକ୍ଷାଧିକ ଟଙ୍କା ଓ ମୋବାଇଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ସମୟରେ ବଲାଙ୍ଗିର ସରରରେ ଗୁଣ୍ଡାରାଜ ବଢିବା ସହ ଡକାୟତି ମଧ୍ୟ ବଢିବାରେ ଲାଗିଛି । ଗତକାଲି ବଲାଙ୍ଗିର ସହରର ୨ଟି ପଡ଼ାରେ ୪ ଜଣିଆ ଡକାୟତି ଦଳ ଆତଙ୍କ ଖେଳାଇ ଦେଇଛନ୍ତି । ଯାହ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସହରର ତୁଷାର ବ୍ୟାସ ନାମକ ଜଣେ ପ୍ଲାଏଉଡ୍‌ ବ୍ୟବସାୟୀ ଗ୍ରାହକଙ୍କ ଠାରୁ ଟଙ୍କା ସଂଗ୍ରହ କରି କାର୍‌ରେ ଫେରୁଥିବା ବେଳେ କନ୍ଧପାଲି ପଡା ସମଲେଶ୍ୱରୀ ହସପିଟାଲ ନିକଟରେ ଡ୍ରେନ କାମ ଚାଲିଥିବା ଯୋଗୁଁ ତୁଷାରଙ୍କ କାର୍‌ ଡ୍ରେନରେ ଫସି ଯାଇଥିଲା । ଫଳରେ ଡକାୟତ ମାନେ ତୁଷାରଙ୍କ କାର୍‌କୁ ଡ୍ରେନ୍‌ରୁ କାଢିବା ପାଇଁ ସାହାଯ୍ୟ କରିବା ବାହାନାରେ କାର୍‌ ଭିତରେ ଥିବା ବ୍ୟାଗ୍‌ରେ ୧ ଲକ୍ଷ ୮୫ ହଜାର ଟଙ୍କା ଏବଂ ୩ ଟି ମୋବାଇଲ ଫୋନ୍‌ ନେଇ ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ । ପୁଣି ସହରର ବରପାଲିପଡା ବ୍ରିଜ୍‌ ନିକଟସ୍ଥ ଏଟିଏମ୍‌କୁ ଟଙ୍କା କାଢିବା ପାଇଁ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଜାଗରଥି ପ୍ରଧାନ ଯାଇଥିବା ବେଳେ ମାରଣାସ୍ତ୍ର ଦେଖାଇ ତାଙ୍କୁ କାର୍‌କୁ ଉଠାଇ ନେଇ କିଛି ଦୂର ଯିବା ପରେ ତାଙ୍କୁ ମାଡମାରି ତାଙ୍କଠାରୁ ୨୪ଶହ ଟଙ୍କା ଲୁଟି ନେଇ ତାଙ୍କୁ ଛାଡି ଦେଇଥିବା ସୂଚନାରେ କୁହାଯାଇଛି । ତେବେ ଏନେଇ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପିଛା କରି ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.