ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୨୦ଗୋଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ ସେହି ହିତାଧିକାରୀଙ୍କୁ ତା ୨୪/୦୫/୨୧ରୁ ତା ୨୮/୦୫/୨୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ୨୧ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ଟୀକା ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ତା ୨୪/୦୫/୨୧ରୁ ୨୮/୦୫/୨୧ ପର୍ଯ୍ୟନ୍ତ ଚକ୍ଷୁ ଚିକିତ୍ସା କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନାଇକେନପାଲି-ସିଏଚସି ରେ ତା. ୨୪/୦୫/୨୧ ଓ ୨୫/୦୫/୨୧ରେ ବୀରମହାରାଜପୁର-ଏସଡିଏଚ, ମୁରଶୁଣ୍ଢୀ-ପିଏଚସି, ସୁବଳୟା-ପିଏଚସି, ବିନିକା-ସିଏଚସି, ଶଙ୍କରା-ପିଏଚସି, ମହାଦେବପାଲି-ଜି ଏଚ, ବାଙ୍କୀଗିର୍ଡି-ପିଏଚସି, ଉଲୁଣ୍ଡା-ସିଏଚସି ଓ କୋଟସମଲାଇ -ପିଏଚସିରେ ଟୀକାକରଣ ହେବ । ସେହିପରି ତା ୨୪/୦୫/୨୧ରେ ଡୁଙ୍ଗୁରିପାଲି -ଏମ ଇ ସ୍କୁଲ, ବେହେରାମାଲ-ପିଏଚସି, ରାମପୁର-ପିଏଚସି, ଭୀମଟିକିରା-ପିଏଚସି, ଗଜବନ୍ଧ-ପିଏଚସି, ଅନ୍ଧାରିବାଞ୍ଜି-ଏସ ସି, ସିଂଡୋଲ-ପିଏଚସି ଓ ପଞ୍ଚମହଲା-ଏସସିରେ ଅନୁଷ୍ଠିତ ହେବ । ତା ୨୪/୦୫/୨୧ରୁ ତା ୨୬/୦୫/୨୧ରେ ସିଙ୍ଗାରୀ-ଏସ ସି ଓ ରାଣୀସରଡ଼ା-ଏସସି ଟୀକାକେନ୍ଦ୍ରରେ ଟୀକାକରଣ ଚାଲୁରହିବ । ଉକ୍ତ ଦିନ ଗୁଡିକରେ ଟୀକାର ତତ୍କାଳ ମହଜୁଦକୁ ଦୃଷ୍ଟିରେ ରଖି ସକାଳ ୮ ଘଣ୍ଟାରୁ ୯ ଘଣ୍ଟା ମଧ୍ୟରେ ୪୫ ବର୍ଷରୁ ଅଧିକଙ୍କୁ ପ୍ରଥମ ଡୋଜ ଓ ଉପଯୁକ୍ତ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ ଟୀକାକରଣ ପାଇଁ ଟୀକାକେନ୍ଦ୍ର ଠାରେ ବ୍ୟକ୍ତିଗତ ଟୋକନ ପ୍ରଦାନ କରାଯିବ । ଯେଉଁମାନେ ଟୋକନସଂଗ୍ରହ କରିଥିବେ ସେମାନେ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୮ରୁ ଅପରାହ୍ନ ୧୨ ଘଣ୍ଟା ଓ ଅପରାହ୍ନ ୩ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.