lika

ଝାରଖଣ୍ଡ ହଜାରିବାଗ ମେଡିକାଲ କଲେଜରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର୍‌ ଗାଏବ୍‌

gbag

ହଜରିବାଗ : ଝାରଖଣ୍ଡର ହାଜରିବାଗ ସ୍ଥିତ ହାଜରିବାଗ ମେଡିକାଲ କଲେଜ ହସପିଟାଲରୁ ୧୮୬ ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ୬୦ ରେଗୁଲେଟର ନିଖୋଜ ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୱାର୍ଡ ବଏ ସମେତ ପାଞ୍ଚ ଜଣଙ୍କୁ ପଚରା ଉଚୁରା କରିଛି ।

ଏହି ମାମଲାକୁ ସୁନିଶ୍ଚିତ କରି ହାଜରିବାଗ ପୋଲିସ ଅଧୀକ୍ଷକ କାର୍ତ୍ତିକ ଏସ କହିଛନ୍ତି ଯେ, ବଡ଼ ଆକାରର ଅକ୍‌ସିଜେନ୍‌ ସିଲିଣ୍ଡର ଏବଂ ରେଗୁଲେଟର ନିଖୋଜ ସଂପର୍କରେ ହାଜରିବାଗ ସବ୍-ଡିଭିଜନର ସବ-ଡିଭିଜନାଲ ପୋଲିସ ଅଧିକାରୀ ମହେଶ ପ୍ରଜାପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଛି । ହାଜରିବାଗ ମେଡିକାଲ କଲେଜରୁ ସେମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଏହି ମାମଲାରେ ପୋଲିସ ଏପର୍ୟ୍ୟନ୍ତ ହସ୍ପିଟାଲର ୱାର୍ଡ ବଏ ସୁରେନ୍ଦ୍ର କୁମାର ଯାଦବଙ୍କ ସମେତ ୫ ଜଣଙ୍କୁ ପଚରାଉଚରା କରିଛି । ବର୍ତ୍ତମାନ ହାଜରିବାଗ ମେଡିକାଲ କଲେଜ ହସ୍ପିଟାଲରେ ଶହେ ପଚାଶରୁ ଅଧିକ କୋଭିଡ ରୋଗୀ ଚିକିତ୍ସିତ ହେଉଛନ୍ତି ।

sandip
Leave A Reply

Your email address will not be published.