csstore

କରୋନା ସଂକ୍ରମିତଙ୍କ ଶବ ଦାହ ପାଇଁ ପଦକ୍ଷେପ ନେଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଗତ ପାଞ୍ଚଦିନ ଧରି କୋଭିଡ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନ ରହିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଲି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଘର ଲୋକ ଏବଂ ସମ୍ପର୍କୀୟ ମାନେ ନ ଆସିବାରୁ ପାଇକମାଲ ବ୍ଲକ କର୍ତ୍ତୃପକ୍ଷ ବୁକୁରାମୁଣ୍ଡା ସିଏଚସିକୁ ଜଣାଇବା ପରେ ସିଏଚସିରେ ଥିବା ଡାକ୍ତର ସୁଦୀପ୍ତ କୁମାର ସାହୁ ବ୍ଲକ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜଣେ କର୍ମଚାରୀଙ୍କ ସହ ନିଜେ ଶବ ବାହକ ଗାଡି ନେଇ ମୃତକଙ୍କ ଘରକୁ ପହଂଚି ଥିଲେ ଏବଂ ଉକ୍ତ ଶବର ଅନ୍ତିମ ସଂସ୍କାର ପାଇଁ ପାଇକମାଲ ଏବିଡ଼ିଓ ଭୀଷ୍ମଦେବ ମାଝୀ, ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ବରିହାଙ୍କ ଉପସ୍ଥିତିରେ ସମଗ୍ର ବ୍ୟବସ୍ଥା କରିଥିଲେ ।

jayashree
Leave A Reply

Your email address will not be published.